ଗଞ୍ଜାମ ଜିଲା ବିଜେପି ସଭାପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ, ପଥରରେ ଛେଚି ଭାଙ୍ଗି ଦେଲେ ହାତ

ଗଞ୍ଜାମ: ଗଞ୍ଜାମ ଜିଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତୋଟାପଡ଼ାରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସୁବାସ ଓ ତାଙ୍କର ୫ ସାଥୀଙ୍କୁ ବିଜେଡି ସମର୍ଥକଙ୍କ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି।ଗାଡ଼ି ଭଙ୍ଗାରୁଜା ସହ ସୁବାସଙ୍କ ହାତକୁ ପଥରରେ ଛେଚି ଭାଙ୍ଗି ଦେଇଥିବା ଜଣାପଡ଼ିଛି।

ସୁବାସଙ୍କ ସହ ତାଙ୍କ ସାଥୀରେ ଥିବା ୫ଜଣଙ୍କୁ ବି ମରଣାନ୍ତକ ଆକ୍ରମଣ କରାଯାଇଛି। କାରରେ ବିଜେପି ପତାକା ଦେଖି ବିଜେଡି କର୍ମୀ ଆକ୍ରମଣ କରିଥିବା ସୁବାସ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁବାସଙ୍କ ଓ ତାଙ୍କ ସାଥୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଇଛି ଏବଂ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି।

Comments are closed.