www.samajalive.in
Monday, December 15, 2025
24.1 C
Bhubaneswar

ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ଲଟେରୀ ମାଧ୍ୟମରେ ଛାତ୍ରଛାତ୍ରୀ ଚୟନ

ଡେସ୍କ: ଶିକ୍ଷା ଅଧିକାର ଆଇନ ୨୦୦୯ ଅନ୍ତର୍ଗତ ଧାରା ୧୨(୧)(ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ବେସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରବେଶ ସ୍ତରରେ ନିଃଶୁଳ୍କ ଶିକ୍ଷା ପାଇପାରିବେ। ଏ ନେଇ rteparadarshi.odisha.gov.in ୱେବସାଇଟ ଜରିଆରେ ଆହ୍ଵାନ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ପାଇଁ ମଇ ୨ ତାରିଖରୁ ଆରମ୍ଭ କରି ୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ। ବେସରକାରୀ ବିଦ୍ୟାଳୟଗୁଡ଼ିକରେ ସମୁଦାୟ ୨ ହଜାର ୩୦୨ ଅନ୍‌ଲାଇନ୍ ଆବେଦନ କରାଯାଇଥିଲା ଏବଂ ଏହା ମଧ୍ୟରୁ ବ୍ଲକ୍ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣପତ୍ର ଯାଞ୍ଚ କରି ୧ ହଜାର ୭୭୮ ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ହଜାର ୫୮୯ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି।

ଅବାଧ ଓ ମୁକ୍ତ ନିର୍ବାଚନରେ ହୋଇପାରେ ଅନ୍ତରାୟ, ପ୍ରାଥୀଙ୍କୁ ଫୋନ ଓ ଆଧାର ନମ୍ବର ଦିଅନ୍ତୁନି ଭୋଟର-ସିଇଓ

- Advertisement -

ବ୍ଲକ୍ ଶିକ୍ଷା ଅଧିକାରୀମାନେ ସଂପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ। ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ମେ’ ୩୧ ମଧ୍ୟରେ ସମ୍ପୃକ୍ତ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଏହି ନାମଲେଖା ସଂପୂର୍ଣ ନିଃଶୁଳ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ କୌଣସି ଅର୍ଥ ଅଭିଭାବକମାନଙ୍କଠାରୁ ନେଇପାରିବେ ନାହିଁ। ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ହେଲେ ହେଲ୍ପଲାଇନ୍ ନମ୍ବର-୧୮୦୦ ୩୪୫ ୬୭୨୨ରେ ଯୋଗାଯୋଗ କରାଯାଇ ପାରିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories