ଝାରସୁଗୁଡ଼ା: କାରରୁ ଅଢ଼େଇ ଲକ୍ଷ ଟଙ୍କା ଠେଲକୋଲି ପୁଲିସ ଜବତ କରିଛି। ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଖେରୱାଲ ପୋଲ ନିକଟରୁ ପୁଲିସ ଜବତ କରିଥିବା ସୂଚନା ମିଳିଛି। ଝାରସୁଗୁଡ଼ାର ଜଣେ ବ୍ୟକ୍ତି ଟଙ୍କା ନେଇ ଆସିବାବେଳେ ପୁଲିସ ତାକୁ ଖେରୱାଲ ପୋଲ ନିକଟରେ ଧରିଥିଲା। ଏତେ ସଂଖ୍ୟକ ନଗଦ ଟଙ୍କା କାହାଠାରୁ ଆଣିଛନ୍ତି ଏବଂ କେଉଁଠାକୁ ନେଉଛନ୍ତି ତାହାର ସଠିକ ଉତ୍ତର ସମ୍ପୃକ୍ତ ବ୍ୟକ୍ତି ଦେଇପାରିନଥିଲେ। ପୁଲିସ ତାକୁ ଅଟକ ରଖି ପଚରାଉଚରା ଜାରି ରଖିଛି।
Popular Categories



