nua o banner

ଟ୍ରାଫିକରୁ ରକ୍ଷା ପାଇବା ପାଇଁ ଏମିତି ଉପାୟ ଆପଣାଇଲେ ବର, ଭିଡିଓ ଭାଇରାଲ

bjd  ek lkhya koti banner

ନୂଆଦିଲ୍ଲୀ : ବିବାହ ସମସ୍ତଙ୍କ ପାଇଁ ବେଶ୍ ଖାସ୍ ହୋଇଥାଏ । ଏହି ଦିନକୁ ଅଧିକ ସ୍ବତନ୍ତ୍ର କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ପ୍ରକାର ଉପାୟ ବାହାର କରିଥାନ୍ତି । ଅନେକ ସମୟରେ ଏ ସମ୍ପର୍କିତ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥାଏ । ଆଜି ପର୍ଯ୍ୟନ୍ତ ବର ଗାଡିରେ ବା ଘୋଡାରେ ସବାର ହୋଇ ନିଜ କନ୍ୟାକୁ ବିବାହ କରି ଆଣିବା ପାଇଁ ଯିବା ଆପଣ ଦେଖିଥିବେ । କିନ୍ତୁ ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର ଏକ ସ୍କୁଟରରେ ସବାର ହୋଇ ବରଯାତ୍ରୀ ଧରି ଯାଉଥିବା ନଜର ଆସୁଛି ।

ସାମାଜିକ ଗଣମାଧ୍ୟମରେ ଏବେ ଏହି ଭିଡିଓ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରୁଛି । ଏଥିରେ ବର ଏକ ସ୍କୁଟରରେ ବସି ବିବାହ କରିବାକୁ ଯାଉଥିବା ଦେଖିବାକୁ ମିଳୁଛି । ଏହି ଭାଇରାଲ ଭିଡିଓରେ ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଲେଖିଛନ୍ତି କି ବେଙ୍ଗାଲୁରୁରେ ବିବାହ ଅଜବ ପ୍ରକାରେ ହେଉଛି । ଆଉ ଜଣେ ଲେଖିଛନ୍ତି କି ଆଜିର ବଢୁଥିବା ଦରଦାମକୁ ଦେଖି ଏମିତି ବିବାହ କରିବା ଉଚିତ୍ ।

Comments are closed.