Patra electronics

​ଗୋଟିଏ ଦେଶ, ଗୋଟିଏ ନିର୍ବାଚନ – ସମର୍ଥନରେ ୪ ପୂର୍ବତନ ପ୍ରଧାନ ବିଚାରପତି, ଆପତ୍ତି ଉଠାଇଲେ ହାଇକୋର୍ଟର ୩ ପୂର୍ବତନ ମୁଖ୍ୟ ବିଚାରପତି

ଡେସ୍କ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବ ଉପରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ୱାରା ପରାମର୍ଶ ଗ୍ରହଣ କରାଯାଇଥିବା ୪ ଜଣ ପୂର୍ବତନ ପ୍ରଧାନ ବିଚାରପତି ଏହାର କାର୍ଯ୍ୟକାରିତାକୁ ସମର୍ଥନ ଜଣାଇଛନ୍ତି। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଏବଂ ଜଷ୍ଟିସ ୟୁୟୁ ଲଳିତ ବ୍ୟକ୍ତିଗତ ପରାମର୍ଶରେ ଅଂଶଗ୍ରହଣ କରି ଲିଖିତ ଜବାବ ଦେଇ ଏହି ପ୍ରସ୍ତାବଲକୁ ସମର୍ଥନ କରିଥିବା ଜଣାପଡିଛି।

ଲାଞ୍ଚୁଆ ଆଇଆଇସିକୁ ଭରତପୁର ଥାନା, କିଏ ଦେଇଥିଲା ନିଯୁକ୍ତି?

ଚଳିତ ସେପ୍ଟେମ୍ବର ୧୮ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏକକାଳୀନ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରିଥିଲା। ପ୍ରାରମ୍ଭିକ ପଦକ୍ଷେପ ଭାବେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ କରିବାକୁ କମିଟି ପ୍ରସ୍ତାବ ଦେଇଛି।

ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଫେବ୍ରୁଆରି ୨୮ ତାରିଖରେ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ଏକକାଳୀନ ନିର୍ବାଚନ ‘ମୌଳିକ ଢାଞ୍ଚା ବିରୋଧୀ’, ‘ସଂଘୀୟ ବ୍ୟବସ୍ଥା’ କିମ୍ବା ‘ଗଣତନ୍ତ୍ର ବିରୋଧୀ’ ବୋଲି ଭାବିବା ଭିତ୍ତିହୀନ। ଏହି ପ୍ରସ୍ତାବକୁ ସମର୍ଥନ କରି ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ଖର୍ଚ୍ଚ ଦକ୍ଷତା, ପ୍ରଶାସନିକ ସରଳୀକରଣ, ଭୋଟରଙ୍କ ସଂପୃକ୍ତି ବୃଦ୍ଧି ଏବଂ ଅର୍ଥ ଓ ବାହୁବଳର କମ୍ ପ୍ରଭାବ ସମେତ ଅନେକ ସୁବିଧା ଉପରେ ଆଲୋକପାତ କରିଥିଲେ। ଜଷ୍ଟିସ ଗୋଗୋଇ ସାମ୍ବିଧାନିକ ସଂଶୋଧନର ଆବଶ୍ୟକତା ଉପରେ ମଧ୍ୟ ପ୍ରସ୍ତାବ ଦେଇଥିଲେ ଏବଂ ସହମତି ସୃଷ୍ଟି, ଉପଯୁକ୍ତ ଆଇନଗତ ଢାଞ୍ଚା ସୃଷ୍ଟି ଓ ଭୋଟର ସଚେତନତା ଅଭିଯାନ ବୃଦ୍ଧି ଭଳି ରଣନୀତିକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ।

ଓଡିଶା ପୁଲିସର କଳା କାରନାମା, କାନ୍ଦି କାନ୍ଦି ଯୌନ ନିର୍ଯାତନାର କାହାଣୀ କହିଲେ ଅଙ୍କିତା

ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ ଚଳିତ ବର୍ଷ ଫେବୃଆରୀରେ ଶ୍ରୀ କୋବିନ୍ଦଙ୍କୁ ଭେଟି ମୌଳିକ ଢାଞ୍ଚା, ସଂଘୀୟ ବ୍ୟବସ୍ଥା କିମ୍ବା ଗଣତାନ୍ତ୍ରିକ ନୀତିକୁ ଉଲ୍ଲଂଘନ କରି ଏକକାଳୀନ ନିର୍ବାଚନ ନେଇ ଉଦବେଗ ପ୍ରକାଶ କରିଥିଲେ। ଏହା ବ୍ୟତୀତ ୪୯ତମ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ ନିର୍ବାଚନ ପ୍ରକ୍ରିୟାରେ ଉନ୍ନତି ଆଣିବା, ଗଣତାନ୍ତ୍ରିକ ନୀତିକୁ ବଜାୟ ରଖିବା ଏବଂ ସରକାରୀ ବ୍ୟୟ ହ୍ରାସ କରିବା ପାଇଁ ଏକକାଳୀନ ନିର୍ବାଚନର ସମ୍ଭାବନା ଉପରେ ଆଲୋକପାତ କରିଥିଲେ।

ବାରମ୍ବାର ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବାରୁ ବାରମ୍ବାର ନିର୍ବାଚନ ନିଷ୍ପତ୍ତି ନେବା ଓ ବିକାଶରେ ବାଧା ସୃଷ୍ଟି କରୁଛି ବୋଲି ସେ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା କହିଛନ୍ତି ଯେ ଏକକାଳୀନ ନିର୍ବାଚନର ଧାରଣା ଓ ପଦକ୍ଷେପକୁ ସେ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଏକକାଳୀନ ନିର୍ବାଚନକୁ ସଫଳ କରିବାକୁ ହେଲେ ଜନସମର୍ଥନ, ସଚେତନତା ଓ ଶିକ୍ଷା କ୍ଷେତ୍ରରେ ଅଭିଯାନ ଆୟୋଜନ କରିବା ଜରୁରୀ ବୋଲି ସେ ଆଲୋକପାତ କରିଥିଲେ।

ରିପୋର୍ଟ ଅନୁଯାୟୀ, ହାଇକୋର୍ଟର ୧୨ ଜଣ ପୂର୍ବତନ ବିଚାରପତିଙ୍କ ମଧ୍ୟରୁ ୯ ଜଣ ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ୩ ଜଣ ଚିନ୍ତା ଓ ଆପତ୍ତି ପ୍ରକାଶ କରିଛନ୍ତି। ଏକାସାଙ୍ଗରେ ନିର୍ବାଚନ କାର୍ଯ୍ୟକାରୀ କରିବା ନେଇ ଯେଉଁମାନେ ଆପତ୍ତି ଉଠାଇଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିଏପି ଜଷ୍ଟିସ ଶାହା, କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଗିରିଶ ଚନ୍ଦ୍ର ଗୁପ୍ତା ଏବଂ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ। ଏହି ପ୍ରସ୍ତାବକୁ ବିରୋଧ କରି ଜଷ୍ଟିସ ଶାହ କହିଛନ୍ତି ଯେ ଏଭଳି ନିର୍ବାଚନଗଣତାନ୍ତ୍ରିକ ଅଭିବ୍ୟକ୍ତିକୁ କ୍ଷୁଣ୍ଣକରିପାରେ ଏବଂବିକୃତ ମତଦାନ ପଦ୍ଧତିଏବଂ ରାଜ୍ୟସ୍ତରୀୟ ରାଜନୈତିକ ପରିବର୍ତ୍ତନ ଆଣିପାରେ।

ଏହାବ୍ୟତୀତ, ସେ ଯୁକ୍ତି କରିଥିଲେ ଯେ ଏକକାଳୀନ ନିର୍ବାଚନ ରାଜନୈତିକ ଉତ୍ତର ଦାୟିତ୍ୱକୁ କ୍ଷୁର୍ଣ୍ଣ କରିପାରେ। ଜଷ୍ଟିସ ଗୁପ୍ତା କହିଛନ୍ତି ଯେ ଏକକାଳୀନ ନିର୍ବାଚନର ଧାରଣା ଗଣତାନ୍ତ୍ରିକ ନୀତି ପାଇଁ ଅନୁକୂଳ ନୁହେଁ। ଜଷ୍ଟିସ ବାନାର୍ଜୀ ଚିନ୍ତା ପ୍ରକଟ କରିଛନ୍ତି ଯେ ଏହି ପଦକ୍ଷେପ ଭାରତର ସଂଘୀୟ ଢାଞ୍ଚାକୁ ଦୁର୍ବଳ କରିବ ଏବଂ ଆଞ୍ଚଳିକ ପ୍ରସଙ୍ଗ ପାଇଁ କ୍ଷତିକାରକ ହେବ। ସେ ବାରମ୍ବାର ମଧ୍ୟବର୍ତ୍ତୀ କାଳୀନ ରାଜ୍ୟ ନିର୍ବାଚନ ସମ୍ପର୍କିତ ଇମ୍ପେରିକାଲ ଡାଟା ବିଷୟରେ ଉଲ୍ଲେଖ କରି ଲୋକମାନଙ୍କୁ ସେମାନଙ୍କ ପସନ୍ଦ ବ୍ୟବହାର କରିବାକୁ ଅନୁମତି ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ବଦଳରେ ଦୁର୍ନୀତି ଓ ଅପାରଗତା ଦୂର କରିବା ପାଇଁ ନିର୍ବାଚନର ସରକାରୀ ପାଣ୍ଠି ଅଧିକ ପ୍ରଭାବଶାଳୀ ସଂସ୍କାର ହୋଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି।

ଏକାସାଙ୍ଗରେ ନିର୍ବାଚନକୁ ସମର୍ଥନ କରିଥିବା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିମାନେ ହେଲେ:
୧) ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୋର୍ଲା ରୋହିଣୀ
୨) ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦିଲୀପ ବାବାସାହେବ ଭୋସଲେ
୩) ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେନ୍ଦ୍ର ମେନନ୍
୪) ରାଜସ୍ଥାନ ଓ ବମ୍ବେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଦୀପ ନନ୍ଦରାଜୋଗ
୫) ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଡିଏନ୍ ପଟେଲ
୬) ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ ଯାଦବ
୭) କଲିକତା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ
୮) ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏମ୍ ଏନ୍ ଭଣ୍ଡାରୀ
୯) ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର୍ ଡି ଧନୁକା

୨୦୧୯ ମସିହାରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବା ପ୍ରସ୍ତାବକୁ ଭାରତୀୟ ଆଇନ ଆୟୋଗ ଗୁରୁତ୍ୱ ଦେଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ କ୍ଷମତାକୁ ଆସିଲେ ଏକ ଦେଶ ଗୋଟିଏ ନିର୍ବାଚନ ଲାଗୁ କରାଯିବ।

Comments are closed.