Patra electronics

ଲାଞ୍ଚୁଆ ଆଇଆଇସିକୁ ଭରତପୁର ଥାନା, କିଏ ଦେଇଥିଲା ନିଯୁକ୍ତି?

ଡେସ୍କ: ଭରତପୁର ଘଟଣାରେ ଅଙ୍କିତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ କଳା କାରନାମା କିଛି ନୂଆ ନୁହେଁ। ବଡବଡିଆଙ୍କ ଛାତ୍ରଛାୟାରେ ରହି କାହାକୁ ମାନୁ ନ ଥିଲେ ଆଇଆଇସି ଦୀନକୃଷ୍ଣ ମିଶ୍ର। ୨୦୨୨ ମସିହା ନଭେମ୍ବର ମାସରେ କଟକ ଐତିହାସିକ ବାଲିଯାତ୍ରା ସମୟରେ କଟକ କ୍ୟାଣ୍ଟନମେଣ୍ଟ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ପାର୍କିଙ୍ଗ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସସପେଣ୍ଡ ହୋଇଥିଲେ। ତାଙ୍କୁ ସେତେବେଳେ କଟକ ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଥିଲେ ମଧ୍ୟ ମାତ୍ର ଅଳ୍ପ କିଛି ଦିନ ପରେ ଭରତପୁର ଆଦର୍ଶ ଥାନାକୁ ଆଇଆଇସି ଭାବେ ବଦଳି କରାଯାଇଥିଲା।

ଓଡିଶା ପୁଲିସକୁ ନିନ୍ଦା – କଣ ଘଟିଥିଲା ସେଦିନ ରାତିରେ ଭରତପୁର ଥାନାରେ

ଦୀନକୃଷ୍ଣ ମିଶ୍ରଙ୍କ ଭଳି ଜଣେ ଲାଞ୍ଚୁଆ ଅଧିକାରୀଙ୍କୁ କେଉଁ ଆଧାରରେ ଭରତପୁର ଥାନା ଦାୟିତ୍ୱ ଦିଆଯାଇଥିଲା, ତାହା ଏବେ ପ୍ରଶ୍ନବାଚୀ। କେବଳ ଲାଞ୍ଚୁଆ ନୁହେଁ ବରଂ ଯେଉଁ ଥାନାଧିକାରୀ ଜଣେ ମହିଳାଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ଦୁଷ୍କର୍ମ କରିବେ ବୋଲି ଧମକ ଦେଇଥିବା ଦୀନକୃଷ୍ଣ ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ଗିରଫ ନ କରି କେବଳ ନିଲମ୍ବନ କରି ପ୍ରକାରାନ୍ତରେ ତାଙ୍କୁ ସୁରକ୍ଷା ଦେଉଥିବା ମନେ ହେଉଛି। ଲୋକଙ୍କ ବନ୍ଧୁ ବୋଲି କହୁଥିବା ଓଡିଶା ପୁଲିସ ଏବେ ଭକ୍ଷକ ସାଜିଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ଓଡିଶା ପୁଲିସର କଳା କାରନାମା, କାନ୍ଦି କାନ୍ଦି ଯୌନ ନିର୍ଯାତନାର କାହାଣୀ କହିଲେ ଅଙ୍କିତା

Comments are closed.