www.samajalive.in
Friday, December 12, 2025
23.1 C
Bhubaneswar

ପୁଅକୁ ଭେଟିବାକୁ ଆଇଆଇଟି ହଷ୍ଟେଲ ଯାଇଥିଲେ ମା’-ବାପା, ରୁମରୁ ମିଳିଲା ଝୁଲନ୍ତା ମୃତଦେହ

ସମାଜ ଡିଜିଟାଲ ଡେସ୍କ: ଆଇଆଇଟିରେ ପଢୁଥିବା ପୁଅକୁ ଭେଟିବାକୁ ଯାଇଥିଲେ ମା’-ବାପା। ସାଙ୍ଗରେ ନେଇ ଯାଇଥିଲେ ହାତରନ୍ଧା ଖାଦ୍ୟ। ଶ୍ରଦ୍ଧାରେ ପୁଅକୁ ଖୁଆଇଦେବାକୁ ଇଚ୍ଛା କରିଥିଲେ ମା’।​‌ ହେଲେ ପୁଅକୁ ଭେଟିବା ବଦଳରେ ପାଇଛନ୍ତି ତା’ର ମୃତଦେହ। ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଛି ପୁଅର ମୃତଦେହ। ଏଭଳି ଏକ ଘଟଣା ଆଇଆଇଟି ଖଡଗପୁର କ୍ୟାମ୍ପସରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁସାରେ, ଦକ୍ଷିଣ କଲକାତା ନିବାସୀ ଶାଓନ ମଲିକ ଆଇଆଇଟି ଖଡଗପୁରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ୩ୟ ବର୍ଷ ଛାତ୍ର ଥିଲେ। ସେ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ। ଗତ ଶନିବାର ରାତି ପ୍ରାୟ ୧୧ଟାରେ ସେ ଶେଷ ଥର ଲାଗି ତାଙ୍କ ମା’ଙ୍କ ସହିତ କଥା ହୋଇଥିଲେ। ରବିବାର ସକାଳେ ତାଙ୍କ ମା’-ବାପା ତାଙ୍କୁ ଭେଟିବାକୁ ହଷ୍ଟେଲ ଯାଇଥିଲେ। ପୂର୍ବାହ୍ନ ୧୧ଟା ୩୦ରେ ସେମାନେ ଆଜାଦ ହଷ୍ଟେଲ ଭିଜିଟର ରେଜିଷ୍ଟରରେ ଦସ୍ତଖତ କରି ପୁଅ ରହୁଥିବା ରୁମକୁ ଯାଇଥିଲେ। ହେଲେ ଭିତରପଟୁ ରୁମ ବନ୍ଦ ରହିଥିଲା। ସେମାନେ ଯେତେ କବାଟ ବାଡ଼େଇଥିଲେ ବି କେହି ରୁମ ଖୋଲି ନ ଥିଲେ। ଘଟଣା ବିଷୟରେ ଅନ୍ୟମାନେ ଜାଣିବା ପରେ ତୁରନ୍ତ କବାଟକୁ ବାଡ଼େଇ ଭଙ୍ଗାଯାଇଥିଲା। କବାଟ ଭାଙ୍ଗି ଭିତରକୁ ଯିବା ପରେ ଶାଓନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଏହା ଦେଖି ତାଙ୍କ ମା’ବାପା ବିଚଳିତ ହୋଇପଡ଼ିଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଶାଓନ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ହେଁ କ’ଣ ପାଇଁ ସେ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories