ବଣୁଆ ହାତୀ ଉପଦ୍ରବ

ସମ୍ବଲପୁର : ସମ୍ବଲପୁର ଜିଲାର ଯୁଯୁମୁରା ଓ ମାନେଶ୍ୱର ବ୍ଲକ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ ଥମିବାର ନାମ ନେଉ ନାହିଁ। ଶନିବାର ବିଳମ୍ବିତ ରାତ୍ରିରେ ବଣୁଆ ହାତୀ ଉପଦ୍ରବ କରି ଚଣା ଫସଲକୁ ନଷ୍ଟ କରି ଦେଇଛି। ବୀରସିଂହଗଡ ପଞ୍ଚାୟତର ବାରଲୋଇ ଗ୍ରାମ ନିବାସୀ ବିଶ୍ୱନାଥ ଝାଙ୍କରଙ୍କ ଚାଷ ଜମିରେ କରାଯାଇଥିବା ଚଣା ଫସଲକୁ ବଣୁଆ ହାତୀ ରାତ୍ରିରେ ପଶି ଯାଇ ନଷ୍ଟ କରି ଦେଇଛି। ବନ ବିଭାଗକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ କ୍ଷୟକ୍ଷତିର ଆକଳନ ଚାଲିଛି। ଅପରପକ୍ଷରେ ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ଏହି ବ୍ଲକ ଅଞ୍ଚଳ ଗୁଡିକରେ ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

prayash

୧୪୪ ବର୍ଷ ପରେ ୧୩ ଜାନୁଆରୀ ପୌଷ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଆଜି ଠାରୁ ଏହି ରାଶି ହେବେ ମାଲାମାଲ୍‌,ମା’ଲକ୍ଷ୍ମୀ କରିବେ ଧନବର୍ଷା, ବଦଳିଯିବ ଭାଗ୍ୟ..

 

kalyan agarbati

Comments are closed.