Patra electronics

ଓଡିଶା ପୁଲିସର କଳା କାରନାମା, କାନ୍ଦି କାନ୍ଦି ଯୌନ ନିର୍ଯାତନାର କାହାଣୀ କହିଲେ ଅଙ୍କିତା

ଡେସ୍କ: ଓଡିଶା ପୁଲିସର ପାରିବା ପଣିଆକୁ ଏବେ ସାରା ଦେଶ ନିନ୍ଦା କରୁଛି, ଛି କରୁଛି କିନ୍ତୁ ଏଭଳି ନିନ୍ଦନୀୟ କାମ କରିଥିବା ପୁଲିସ କର୍ମଚାରୀ ଓ ଅଶ୍ଳୀଳ ବ୍ୟବହାର କରିଥିବା ଆଇଆଇସିଙ୍କୁ କେବଳ ନିଲମ୍ବନ କରି ଚୁପ ବସିଛନ୍ତି। ପୁଲିସ କମିଶନର ସମ୍ପୃକ୍ତ କର୍ମଚାରୀମାନଙ୍କୁ ଗିରଫ କରିବାକୁ ଉଚିତ ମନେ କରୁନାହାନ୍ତି କି ସେଭଳି କୌଣସି କଠୋର ପଦକ୍ଷେପ ନ ନେବା ପଛର କାହାଣୀ ମଧ୍ୟ ଜଣାପଡ଼ୁନାହିଁ।

ଓଡିଶା ପୁଲିସକୁ ନିନ୍ଦା – କଣ ଘଟିଥିଲା ସେଦିନ ରାତିରେ ଭରତପୁର ଥାନାରେ

ଗୁରୁବାର ଭୁବନେଶ୍ୱର ଏମ୍ସରୁ ବାହାରିବା ପରେ ଅଙ୍କିତ ପ୍ରଧାନ ସେଦିନ କାଳରାତିର କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଛନ୍ତି, ସେଦିନ ରାତିରେ କେବଳ ଗାଳିଗୁଲଜ କି ମାଡ ହୋଇନଥିଲା ବରଂ ମହିଳା ପୁଲିସ ଅଧିକାରୀଙ୍କ ସହାୟତାରେ ପୁରୁଷ ପୁଲିସ କର୍ମଚାରୀ ମାନେ ତାଙ୍କ ଜ୍ୟାକେଟ କାଢି ଦେବା ସହ ତାଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ ଓ ପୋଷାକ କାଢି ଦେଇଥିଲେ। ପରେ ଖୋଦ ଆଇଆଇସି ଅଶୀଳ୍ଲଭାବେ ଯାହା କହିଥିଲେ ତାହା ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ।

Comments are closed.