www.samajalive.in
Monday, December 8, 2025
24.1 C
Bhubaneswar

ମହାକୁମ୍ଭର ପ୍ରଥମ ଦିନରେ ବୁଡ଼ ପକାଇଲେ ୬୦ ଲକ୍ଷ ଶ୍ରଦ୍ଧାଳୁ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହୋଇଛନ୍ତି ପବିତ୍ର ମହାକୁମ୍ଭ। ଏହି ଅବସରରେ ମହାକୁମ୍ଭର ପ୍ରଥମ ଦିନରେ ୬୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହା ସହିତ ମହାକୁମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ କହିଛନ୍ତି, ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ଭଲ ପାଉଥିବା କୋଟି କୋଟି ଭାରତୀୟଙ୍କ ପାଇଁ ଆଜି ଏକ ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ପବିତ୍ର ଦିବସ। ସେଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା। ମହାକୁମ୍ଭ ୨୦୨୫ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଆସ୍ଥା, ଭକ୍ତି ଏବଂ ସଂସ୍କୃତିର ଏକ ପବିତ୍ର ସଙ୍ଗମସ୍ଥଳରେ ମହାକୁମ୍ଭ ଅଗଣିତ ଲୋକଙ୍କୁ ଏକତ୍ର କରିଛି ବୋଲି ମୋଦୀ କହିଛନ୍ତି।

ଅନ୍ୟପଟେ ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି, ପ୍ରାୟ ୬୦ ଲକ୍ଷ ଶ୍ରଦ୍ଧାଳୁ ପ୍ରଥମ ଦିନରେ ବୁଡ଼ ପକାଇଛନ୍ତି। ଆଧୁନିକତା ଏବଂ ବିଶ୍ଵାସର ଏହା ଏକ ସଙ୍ଗମସ୍ଥଳ। ଆଜି ପ୍ରଥମ ଦିନରେ ପୁଷ୍ପ ବର୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସେ କହିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories