କଟକ: ଲୋକସେବା ଭବନରେ ମାତିଛନ୍ତି ଦଲାଲ। ଚାକିରି କରାଇ ଦେବାକୁ କହି ଠକୁଥିଲେ ଲକ୍ଷାଧିକ ଟଙ୍କା। ଏଭଳି ଜଣେ ଠକଙ୍କୁ ବାନ୍ଧିଛି ପୁଲିସ୍। ବ୍ୟାସଦେବ ରଣା ନାମକ ଜଣେ ବ୍ୟକ୍ତି ଜଣଙ୍କ ଠାରୁ ଚାକିରି କରାଇଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ବ୍ୟାସଦେବଙ୍କ ନିକଟରୁ ପଞ୍ଚାୟତିରାଜ ବିଭାଗର ନକଲି ଆଇ କାର୍ଡ ମଧ୍ୟ ଜବତ ହୋଇଛି। ଠକ ବ୍ୟାସଦେବଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲାରେ ହୋଇଥିବା ସୂଚନା ମିଳିଛି। ସେ କିଛି ଦିନ ହେବ ଭୁବନେଶ୍ଵରରେ ରହୁଥିଲେ। ବ୍ୟାସଦେବ ନିଜକୁ ପଞ୍ଚାୟତିରାଜ ବିଭାଗର ସେକ୍ସନ୍ ଅଫିସର କହି ଲୋକଙ୍କୁ ଠକୁଥିଲେ। ତେବେ କ୍ୟାପିଟାଲ ଥାନା ପୁଲିସ୍ ଅଧିକ ତଦନ୍ତ ଚଳାଇଛି।
Popular Categories



