www.samajalive.in
Monday, December 8, 2025
14.1 C
Bhubaneswar

ହଲ୍‌ରେ ବାଣ ଫୁଟାଇଲେ ପ୍ରଶଂସକ; ସଲମାନ କହିଲେ- ଅନ୍ୟକୁ ବିପଦରେ ପକାନ୍ତୁ ନାହିଁ..

ମୁମ୍ବଇ: ବଲିଉଡ଼ ଭାଇଜାନ୍‌ ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ ରବିବାର ଦୀପାବଳି ଅବସରରେ ମୁକ୍ତିଲାଭ କରିଛି। ଏହା ସ୍ପାଇ ଥ୍ରୀଲର ଟାଇଗର ସିରିଜ୍‌ର ତୃତୀୟ ଏବଂ ୱାଇଆରଏଫ ସ୍ପାଇ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର। ଫିଲ୍ମ ମୁକ୍ତିଲାଭ ହେବା କ୍ଷଣି ଦୀପାବଳି ଦିନ ହଇଚଇ ସୃଷ୍ଟି କରିଛି। ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ବେଶ୍‌ ଭଲ ପ୍ରତିକ୍ରିୟା ମିଳିଛି। ଇତି ଧ୍ୟରେ ଫିଲ୍ମକୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ମାଲେଗାଓଁରେ କିଛି ପ୍ରଶଂସକ ହଲ୍ ଭିତରେ ହିଁ ବାଣ ଫୁଟାଇଥିବା ଦେଖାଯାଇଛି।


ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ର ସହ ଜଡ଼ିତ ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି, ଯେଉଁଥିରେ ସଲମାନଙ୍କ ପ୍ରଶଂସକମାନେ ସିନେମାହଲରେ ବାଣ ଫୁଟାଉଥିବା ଦେଖିବାକୁ ମିଳିଛି। ଏହାପରେ ହଲ୍‌ରେ ଥିବା ଲୋକମାନେ ଇତଃସ୍ତତ ହୋଇ ଦୌଡ଼ୁଛନ୍ତି। ଏବେ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ସଲମାନ ଖାନ।

- Advertisement -


ସଲମାନ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ‘ଟାଇଗର ୩’ ସମୟରେ ସିନେମାହଲ୍‌ ଭିତରେ ଆତଶବାଜି ବିଷୟରେ ମୁଁ ଶୁଣିବାକୁ ପାଇଲି। ଏହା ଅତ୍ୟନ୍ତ ବିପଜ୍ଜନକ। ନିଜକୁ ଓ ଅନ୍ୟମାନଙ୍କୁ ବିପଦରେ ନପକାଇ ଫିଲ୍ମର ମଜା ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories