ଗେମିଂ ଜୋନରେ ନିଆଁ, ୨୦ ମୃତ
ରାଜକୋଟ: ଗୁଜରାଟ ରାଜକୋଟର ଏକ ଗେମିଂ ଜୋନରେ ନିଆଁ ଲାଗିଯିବାରୁ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୨ ଶିଶୁ ଥିବା ଜଣାପଡ଼ିଛି। ନିଆଁଲାଗିଥିବା ଗେମିଂ ଜୋନରେ ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଗେମିଂ ଜୋନରେ କ’ଣ ପାଇଁ ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି।
ରାଜକୋଟ ମୁନିସିପାଲ କମିଶନର ଗୁରୁତର ଆହତ ଓ ଆହତମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ଏବଂ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଗୁରୁତର ଆହତ ଓ ଆହତମାନଙ୍କୁ ତତ୍କାଳ ସମସ୍ତ ପ୍ରକାର ଚିକିତ୍ସା ମାଗଣାରେ ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଗ୍ନିକାଣ୍ଡ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନ ଏହାକୁ ଗୁରୁତର ଭାବେ ନେଇ ପୀଡ଼ିତଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।
Comments are closed.