ଫିଫା ବିଶ୍ୱକପ ୨୦୧୮
ଆଉ ମାତ୍ର ୦୬ ଦିନପରେ ଆରମ୍ଭ ହେବ ୨୦୧୮ ଫିଫା ବିଶ୍ୱକପ। ବର୍ତ୍ତମାନର ଯୁବପିଢି ଏହି ମ୍ୟାଚ ଦେଖିବାପାଇଁ ଆଗ୍ରହର ସହ ଚାହିଁ ବସିଛନ୍ତି। ଏହା ହେବ ଫିଫା ବିଶ୍ୱକପର ୨୧ ତମ ସଂସ୍ମରଣ। ଜୁନ ୧୪ ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ଋଷରେ ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ୨୦୦୬ ମସିହା ପରେ ପ୍ରଥମ ଥର ଏକ ୟୁରୋପୀୟ ରାଷ୍ଟ୍ରରେ ଏହି ପ୍ରତିଯୋଗିତା ଖେଳାଯିବ। ଏହା ପୂର୍ବରୁ ୨୦୦୬ ମସିହାରେ ୟୁରୋପୀୟ ରାଷ୍ଟ୍ର ଜର୍ମାନିରେ ଫିଫା ବିଶ୍ୱକପ ଖେଳାଯାଇଥିଲା।
ଋଷର ୧୧ଟି ବଡ ବଡ ସହରର ୧୨ଟି ଷ୍ଟାଡିୟମରେ ଫିଫା ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ ବୋଲି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ସମୁଦାୟ ୩୨ଟି ଦଳ ଫିଫା ବିଶ୍ୱକପରେ ଅଂଶଗ୍ରହଣ କରୁଥିଲାବେଳେ ସେମାନଙ୍କୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି।