୧୦ ବର୍ଷର ଋଷି, ଫିଫା ବିଶ୍ୱକପ୍‌ରେ ପ୍ରଥମ ଭାରତୀୟ ବଲ୍‌ ବୟ 

0

ମସ୍କୋ: ଋଷିଆରେ ଫିଫା ବିଶ୍ୱ କପ୍‌ ଫୁଟବଲ୍‌ ମ୍ୟାଚ ଅନୁଷ୍ଠିତ ହେଉଛି ।  ୧୦ ବର୍ଷୀୟ ଋଷି ତେଜ ଏଥିରେ ବଲ୍‌ ବୟ ଭାବେ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତ । ଋଷି ତେଜ୍‌ ବେଙ୍ଗାଲୁରରେ ଜନ୍ମ । ସେ ପ୍ରଥମ ଭାରତୀୟ ଭାବେ ଏହି ଗୌରବର ଅଧିକାରୀ ହୋଇଛନ୍ତି । ସୋମବାରରେ ପାନାମା ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ସେ ବଲ୍‌ ବୟ ଥିଲେ । ଏହି ଫିଫା ବିଶ୍ୱ କପ୍‌ରେ ଆଉଜଣେ ଭାରତୀୟ ବାଳିକା ବଲ୍‌ ଗର୍ଲ ଭାବେ କାମ କରିବେ । ତାମିଲନାଡୁର ନାଥାଲିଆକୁ ଏଥିପାଇଁ ଚୟନ କରାଯାଇଛି । ସାରା ବିଶ୍ୱରୁ ଆସିଥିବା ୬୪ ଜଣ ଶିଶୁଙ୍କ ମଧ୍ୟରେ ନାଥାଲିଆ ଫୁଟବଲ୍‌ ଖେଳର ଚମତ୍କାର କଳା ପ୍ରଦର୍ଶନ କରିବାରୁ ତାକୁ ଏଥିପାଇଁ ଚୟନ କରାଯାଇଛି । ସେ ଶୁକ୍ରବାରରେ କୋଷ୍ଟାରିକା ଓ ବ୍ରାଜିଲ୍‌ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବଲ୍‌ ଗର୍ଲ ଭାବେ କାମ କରିବେ ।

prayash

ପ୍ରଥମ ଭାରତୀୟ ଭାବେ ଋଷି ତେଜ୍‌  ବେଲଜିୟମ ଓ ପାନାମ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବଲ୍‌ ଧରି କରି ଷ୍ଟାଡିୟମ ମଧ୍ୟରେ ପ୍ରବେଶ କରିଥିଲେ । ଏହି ମ୍ୟାଚକୁ ବେଲଜିୟମ ୩-୦ ଗୋଲ୍‌ରେ ଜିତି ଯାଇଥିଲା । ଋଷି ତେଜଙ୍କ ସହ ନାଥାଲିଆ ଫିଫା ବିଶ୍ୱକପ୍‌ ମ୍ୟାଚ୍‌ ବେଳେ ବଲ୍‌ ପଡିଆକୁ ଭିତରକୁ  ନେବା ପାଇଁ ଅଧିକୃତ  ହୋଇଛନ୍ତି ।

Leave A Reply