୮ ଲକ୍ଷ ଟଙ୍କାର ଜାଲ ନୋଟ ଜବତ, ଜଣେ ଗିରଫ

0

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ ସିଲମପୁର ମେଟ୍ରୋ ଷ୍ଟେସନ ବାହାରୁ ୮ ଲକ୍ଷ ଜାଲ ନୋଟ ଜବତ କରିବା ସହ ଜଣେ ଲୋକଙ୍କୁ ଗିରଫ କରିଛି । ପୁଲିସ୍‌ କହିବା ଅନୁସାରେ ଜଣେ ଲୋକ ପଶ୍ଚିମବଙ୍ଗ ମାଲଦାରୁ ଜାଲ ନୋଟ ନେଇ ଦିଲ୍ଲୀ ଆସୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୁଲିସ୍‌ ସିଲମପୁର ମେଟ୍ରୋ ଷ୍ଟେସନ ବାହାରେ ବସଷ୍ଟପ୍‌କୁ ଘେରାବନ୍ଦୀ କରି କମିଲ ନାମଙ୍କ ଜଣେ ଲୋକଙ୍କୁ ଗିରଫ କରିଛି। କମିଲ ବ୍ୟଗରୁ ୨୦୦୦ ନୋଟର ୮ ଲକ୍ଷ ଟଙ୍କା ଜାଲ ନୋଟ ଜବତ କରାଯାଇଛି । କମିଲ ଏହି ଟଙ୍କା ଗାନ୍ଧିନଗରରେ ରହୁଥିବା ତାର ବନ୍ଧୁକୁ ଦେବାକୁ ଆସିଥିଲା ବୋଲି ପ୍ରକାଶ କରିଛି । କମିଲ ଏହା ପୂର୍ବରୁ ମଧ୍ୟ ଜାଲ ନୋଟ କାରବାରରେ ଗିରଫ ହୋଇଥିଲା ।

Leave A Reply