www.samajalive.in
Tuesday, December 9, 2025
26.1 C
Bhubaneswar

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗୁରୁମନ୍ତ୍ର

ମୁହଁକୁ ସୁନ୍ଦର କରିବା ପାଇଁ ସଭିଏଁ ସର୍ବଦା ଚେଷ୍ଟା କରିଥାଆନ୍ତି। ଏହି କାରଣରୁ ସେମାନେ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାଆନ୍ତି। ଭିନ୍ନ ଭିନ୍ନ ପ୍ରକାରର ମେକଅପ ଦ୍ରବ୍ୟ ବ୍ୟବହାର କରିଥାଆନ୍ତି। ବହୁ ସମୟରେ ଏହି ମେକଅପ ଦ୍ରବ୍ୟ ମୁହଁ ଉପରେ କୁପ୍ରଭାବ ପକାଇଥାଏ। ଏହି ଘରୋଇ ଦ୍ରବ୍ୟକୁ ମୁହଁରେ ନିୟମିତ ବ୍ୟବହାର କଲେ ମୁହଁ ସୁନ୍ଦର,ଉଜ୍ୱଳ ହେବା ସହ କୌଣସି କୁପ୍ରଭାବ ପଡ଼ିଥାଏ।
ମୁହଁକୁ ଗୋରା ଓ ସଫା କରେ (୪ ଚାମଚ କ୍ଷୀର ୧ଚାମଚ ଲେମ୍ବୁ ରସ)
ସପ୍ତାହକୁ ୩ କିମ୍ବା ୪ ଥର କଞ୍ଚା କ୍ଷୀରରେ ଅଳ୍ପ ଲେମ୍ବୁରସ ମିଶାଇ ଏହାକୁ ମୁହଁରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ମୁହଁ ଗୋରା ହେବା ସହ ଅପରିଷ୍କାର ପଦାର୍ଥ ମଧ୍ୟ ବାହାରିଯାଏ।
ବେସନ ଓ କ୍ଷୀର (୪ ଚାମଚ କ୍ଷୀର ୧ଚାମଚ ବେସନ)
କ୍ଷୀର ଓ ବେସନକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଭଲ ଭାବେ ସ୍କବ କରନ୍ତୁ। ଏହା ପରେ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ମୁହଁରେ ରଖି ଭଲ ଭାବେ ଧୋଇ ଦିଅନ୍ତୁ।
କ୍ଷୀର ଫେସ ପ୍ୟାକ (୪ ଚାମଚ କ୍ଷୀର ୧ଚାମଚ ହଳଦୀ)
କିଛି କଞ୍ଚା କ୍ଷୀରରେ ହଳଦୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖି ଦିଅନ୍ତୁ। ଏହା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଏହା ମୁହଁକୁ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିଥାଏ।
କ୍ଷୀର ଓ ମହୁ – (୪ ଚାମଚ କ୍ଷୀର ୧ଚାମଚ ମହୁ)
କ୍ଷୀରରେ ମହୁ ମିଶାଇ ଏହାକୁ ମୁହଁରେ ଲଗାଇ ମାଲିସ କରନ୍ତୁ। କିଛି ସମୟ ମାଲିସ କରିବା ପରେ ୧୫ ରୁ ୨୦ ମିନିଟ ଏହାକୁ ମୁହଁରେ ରଖି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁ ଗୋରା ହେବା ନରମ ହୋଇଥାଏ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories