ଇଡି ଜାଲରେ ଆଉ ଜେଣ ଆପ୍ ନେତା ; କୈଳାଶ ଗେହଲଟଙ୍କୁ ସମନ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆଉ ଜଣେ ବରିଷ୍ଠ ନେତାଙ୍କୁ ସମନ କରିଛି ଇଡ଼ି। ଆମ୍ ଆଦିମୀ ପାର୍ଟି ନେତା କୈଳାଶ ଗେହଲଟଙ୍କୁ ପଚରାଉଚରା ପାଇଁ ନୋଟିସ୍ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ରହିଛନ୍ତି କୈଳାଶ ଗେହଲଟ। ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ବହୁ ନେତା ଓ ମନ୍ତ୍ରୀ ଗିରଫ ହୋଇ ଜେଲରେ ରହିଛନ୍ତି।
ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡ଼ି ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ସେବେଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯାଞ୍ଚ ଏଜେନ୍ସି ହେପାଜତରେ ରହିଛନ୍ତି। କେଜ୍ରିୱାଲ ଗିରଫ ହେବା ପରେ ମନ୍ତ୍ରୀ କୈଳାଶ ଗେହଲଟ ଏକ ପୋଷ୍ଟର ଉନ୍ମୋଚନ କରିଥିଲେ। ଯେଉଁଥିରେ ଲେଖାଥିଲା ‘ଇଣ୍ଡିଆ ୱିଥ୍ କେଜ୍ରିୱାଲ’। ପୂରା ଦେଶ ଦିଲ୍ଲୀର ପୁଅ ସହିତ ଛିଡା ହୋଇଥିବା ସେ କହିଥିଲେ।
Comments are closed.