ଭୁବନେଶ୍ଵର : ରାଜ୍ୟ ବିଜେପି ପାଇବ ନୂଆ ସଭାପତି। ଜାନୁଆରୀ ମାସରେ ହେବ ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ। ଏ ନେଇ ସୂଚନା ଦେଇଛନ୍ତି ବିଜେପିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର। ସେ କହିଛନ୍ତି ଆମର ଗଣତାନ୍ତ୍ରିକ ଦଳ। ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ । ତେବେ ଏହି ସାଙ୍ଗଠନିକ ନିର୍ବାଚନରେ ମଣ୍ଡଳ ନିର୍ବାଚନ ଚାଲିଛି। ପରେ ଜିଲ୍ଲା ସଭାପତି ନିର୍ବାଚନ ଏବଂ ତା ପରେ ରାଜ୍ୟ ସଭାପତି ବଛାଯିବ। ଆଗାମୀ ମାସରେ ନୂଆ ରାଜ୍ୟ ସଭାପତି ବଛାଯିବେ। ବିଜେଡିର ବହୁ ସାଂସଦ ଏବଂ ବିଧାୟକ ଭାରତୀୟ ଜନତା ପାର୍ଟିର ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ବିଜୟପାଲ ସିଂ ତୋମାର।
Popular Categories



