www.samajalive.in
Saturday, December 6, 2025
15.1 C
Bhubaneswar

ରାହୁଲ ଗାନ୍ଧୀ କାହାକୁ ଠେଲି ନାହାନ୍ତି, ଅନ୍ୟ ସାଂସଦଙ୍କ ଧକ୍କାରେ ପଡିଗଲେ ପ୍ରତାପ ଷଡ଼ଙ୍ଗୀ

ଡେସ୍କ: ଶାସକ ବିଜେପି ଓ ବିରୋଧୀ ସଦସ୍ୟଙ୍କ ବାଦବିବାଦ ମଧ୍ୟରେ ଆଜି ସଂସଦ ଭବନ ପରିସରରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ଯେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଅନ୍ୟ ଜଣେ ସାଂସଦଙ୍କୁ ଧକ୍କା ଦେବା ପରେ ସମ୍ପୃକ୍ତ ସାଂସଦ ତାଙ୍କ ଉପରେ ପଡି ଯାଇଥିଲେ ଓ ସେ ଆହତ ହୋଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଶ୍ରୀ ଗାନ୍ଧୀ ଆସିଥିଲେ ସେତେବେଳେ ସେ ସିଡି ନିକଟରେ ଠିଆ ହୋଇଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଶ୍ରୀ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦମାନେ ବିଜେପି ସାଂସଦଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧି କହିଛନ୍ତି ଯେ, ଯେତେବେଳେ ସେ ସଂସଦ ଭିତରକୁ ଯିବାକୁ ଚେଷ୍ଟା କରୁଥିଲେ ସେତେବେଳେ ବିଜେପି ସାଂସଦମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ। ସେମାନେ ତାଙ୍କୁ ଧକ୍କା ଦେବା ସହ ଧମକ ଚମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହା ପ୍ରବେଶ ଦ୍ୱାର ଏବଂ ଗୃହ ଭିତରକୁ ଯିବାର ଅଧିକାର ସେମାନଙ୍କର ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର ଗଣମାଧ୍ୟମକୁ କହିଛନ୍ତି ଯେ ଶାସକ ଦଳର ସାଂସଦମାନେ ସଂସଦର ପ୍ରବେଶରେ ବାଧା ସୃଷ୍ଟି କରିବା ଲୋକସଭା ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। କୌଣସି ସଦସ୍ୟଙ୍କୁ ପ୍ରବେଶ ପଥ ଅବରୋଧ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

- Advertisement -

ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଜେପିର କିଛି ସାଂସଦ ତାଙ୍କୁ ମଧ୍ୟ ଆଘାତ ଦେଇଛନ୍ତି।

ତେବେ କେତେକ ଗଣମାଧ୍ୟମରେ ରାହୁଲ ଗାନ୍ଧୀ ସଂସଦ ପରିସରରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଠେଲି ଦେଇଥିବା ନେଇ କୁହାଯାଉଛି। କିନ୍ତୁ ଏ ସମ୍ପର୍କରେ ନିଜେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ଯେ ଅନ୍ୟ ଜଣେ ସାଂସଦ ତାଙ୍କ ଉପରେ ପଡିଯିବାରୁ, ସେ ତଳେ ପଡିଯାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories