www.samajalive.in
Tuesday, December 9, 2025
16.1 C
Bhubaneswar

କୂଅରେ ପଡ଼ିଛି ଦନ୍ତା ହାତୀ : ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ

ଭବାନୀପାଟଣା: କୂଅରେ ପଡ଼ିଛି ଦନ୍ତା ହାତୀ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ର ଜାମପଡ଼ା ଗାଁରେ।  ଏକ ପରିତ୍ୟକ୍ତ କୂଅ ରେ ଗୋଟାଏ ଦନ୍ତା ହାତୀ ପଡ଼ିଥିବା ଦେଖିବାକୁ ମିଳିଛି। ବୁଧବାର ବିଳମ୍ବିତ ରାତିରେ ହାତୀଟି କୂଅ ରେ ପଡ଼ିଥିବା ସୂଚନା ମିଳିଛି। ଖବର ପାଇ ଆଜି ସକାଳେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସହିତ ପହଞ୍ଚି ଛନ୍ତି। ଏହି ଅଞ୍ଚଳଟି ହାତୀ କରିଡ଼ର ଭାବେ ଜଣାଶୁଣା। ଗତ ପ୍ରାୟ ଦୁଇ ବର୍ଷ ତଳେ ଏହି ଗାଁ ରେ ଦୁଇ ହାତୀ ମଧ୍ୟରେ ଲଢେ଼ଇ ରେ ଗୋଟାଏ ଦନ୍ତାର ମୃତ୍ୟୁ ଘଟିଥିଲା। ପରେ ପରେ ୧୧ କେଭି ତାରରେ ଲାଗି ଅନ୍ୟ ଗୋଟିଏ  ହାତୀ ର ମଧ୍ୟ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ଯେ ଗତ ୩୦ ତାରିଖ ଦିନ କେସିଙ୍ଗା ରେଞ୍ଜ ଅନ୍ତର୍ଗତ ସୌରାପଦର ଗାଁ ରେ ଏକ ପରିତ୍ୟକ୍ତ କୂଅ ରେ ଗୋଟାଏ ଛୁଆ ହାତୀ ପଡ଼ିଥିଲା। ତାକୁ ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories