ଜଗତଜନନୀଙ୍କ ଶାରଦୀୟ ପୂଜା: ଆଜି ମଣ୍ଡପରେ ମହାସପ୍ତମୀ , ପୀଠରେ ମହାଷ୍ଟମୀ ପୂଜା

ଭୁବନେଶ୍ଵର: ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ହୋଇଉଠିଛି ଗାଁ ଠୁ ସହର। ଆଜି ପୀଠରେ ମହାଅଷ୍ଟମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାସପ୍ତମୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ଆଜି ମହାସପ୍ତମୀ ପୂଜାରେ ବିଶେଷ ରୀତିନୀତିରେ ପୂଜା ପାଇବେ ମା ଦଶଭୂଜା । ସକାଳୁ ସୂର୍ଯ୍ୟପୂଜା, ଗୋ ପୂଜା କରାଯାଇଛି । ପରେ କଳସ ଯାତ୍ରା କରାଯାଇ ରୀତିନୀତି ଅନୁସାରେ ପୂଜା କରାଯାଇ ମାଙ୍କ ପ୍ରାଣପ୍ରତିଷ୍ଠା ଓ ଚକ୍ଷୁ ଦାନ କରାଯାଇଛି। ବୁଧବାର ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଥିଲା। ତେବେ ରାଜଧାନୀ ଭୁବନେଶ୍ଵର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇଛି। ସୁନା ଚାନ୍ଦି ମେଢରେ ମାଆଙ୍କ ମୂର୍ତ୍ତି ସଜ୍ଜିତ ହୋଇଛି। ଟ୍ବିନ୍ ସିଟିରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ୍ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ତାସାଙ୍ଗକୁ ମୀନା ବଜାର ଦର୍ଶକଙ୍କ ମନ ମୋହୁଛି। ନୟାପଲ୍ଲୀ, ସହିଦ ନଗର, ଝାରପଡା, ରସୁଲଗଡ, ବରମୁଣ୍ଡା, ସହିଦନଗର, ଷ୍ଟେସନ ବଜାର ଆଦି ପ୍ରମୂଖ ମଣ୍ଡପରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.