www.samajalive.in
Monday, December 15, 2025
26.1 C
Bhubaneswar

ନବରାତ୍ରୀ ଅଷ୍ଟମ ଦିନ: ମା’ ମହାଗୌରୀଙ୍କୁ କିଭଳି କରିବେ ପୂଜା

ସମାଜ ଡିଜିଟାଲ ଡେସ୍କ: ଶାରଦୀୟ ଦୁର୍ଗାପୂଜାର ନବରାତ୍ରୀରେ ଆଜି ହେଉଛି ଅଷ୍ଟମ ଦିନ। ଆଜି ମା ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜାର୍ଚ୍ଚନା କରାଯାଏ। ଦେବୀଙ୍କ ଏହି ରୂପ ଶକ୍ତି, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟର ପ୍ରତୀକ ଅଟେ। ଦେବୀଙ୍କ ଏହି ରୂପକୁ ପୂଜା କରିବା ବେଳେ କୌଣସି ଲାଲ ସାମଗ୍ରୀ ବ୍ୟବହାର କରିବା ପରିବର୍ତ୍ତେ ଧଳା ଜିନିଷ ବ୍ୟବହାର କରନ୍ତୁ। ଧଳା ରଙ୍ଗର ପୋଷାକ ଓ ଧଳା ମିଠା କିମ୍ବା ଖିର ଅର୍ପଣ କରନ୍ତୁ। ମହାଗୌରୀଙ୍କୁ ପୂଜା କରିବା ପରେ କନ୍ୟା ପୂଜା ମଧ୍ୟ କରିପାରିବେ। ଏହି ଦିନ ଯଦି ୫ବର୍ଷର କନ୍ୟାଙ୍କୁ ପୂଜା କରାଯାଏ ତେବେ ତେବେ ଦେବୀଙ୍କ କୃପା ମିଳିଥାଏ।
ପୁରାଣ ଅନୁସାରେ ମାତା ମହାଗୌରୀଙ୍କର ଚାରିଟି ବାହୁ ରହିଛି, ଯେଉଁଥିରେ ଦୁଇଟଇ ବାହୁରେ ତ୍ରିଶୂଳ ଏବଂ ଡମ୍ବରୁ ଥିବା ବେଳେ ଅନ୍ୟ ଦୁଇଟିରେ ବର ମୁଦ୍ରା ଏବଂ ଅଭୟ ମୁଦ୍ରାରେ ରହିଛି। ଦେବୀଙ୍କ ଏହି ରୂପ ଅତ୍ୟନ୍ତ କୋମଳ ଏବଂ ଶାନ୍ତ ସ୍ୱଭାବର। ମହାଗୌରୀଙ୍କୁ ପୂଜା କରିବା ବେଳେ ‘ଯା ଦେବୀ ସର୍ବଭୁତେଷୁ ମା ଗୌରୀ ରୂପେଣ ସଂସ୍ଥିତା। ନମସ୍ତସ୍ୟା, ନମସ୍ତସ୍ୟା, ନମସ୍ତସ୍ୟା ନମୋ ନମଃ। ଏହି ମନ୍ତ୍ରକୁ ଜପ କରନ୍ତୁ। ଏହା ବ୍ୟତୀତ ‘ଓଁ ମହାଗୌରୀ ନମଃ’ ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories