www.samajalive.in
Sunday, December 7, 2025
13.1 C
Bhubaneswar

ଭଲ ପାଇଥିଲେ, କିନ୍ତୁ ଅଧୁରା ରହିଯାଇଥିଲା ପ୍ରେମ କାହାଣୀ… ଜାଣନ୍ତୁ କାହିଁକି ବିବାହ କରି ନ ଥିଲେ ରତନ ଟାଟା

ସମାଜ ଡିଜିଟାଲ ଡେସ୍କ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ନିଧନ ହୋଇଯାଇଛି। ହେଲେ ସେ ସର୍ବଦା ଦେଶବାସୀଙ୍କ ହୃଦୟରେ ଅମର ରହିବେ। ବ୍ୟବସାୟ ଜଗତ ସହିତ ଜଡ଼ିତ ଥାଇ ବି ସେ ଦେଶ ପ୍ରତି ନିଜର ଦାୟିତ୍ଵ ତୁଲାଇଛନ୍ତି। ସମସ୍ତେ ଆଜି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଆଗ୍ରହ କରୁଛନ୍ତି। ପ୍ରକୃତରେ ରତନ ଟାଟା କେବେ ବିବାହ କରିନାହାନ୍ତି। ସାରା ଜୀବନ ସେ ଦେଶ ଓ ଜାତିର ଉନ୍ନତି କଥା ଚିନ୍ତା କରିଆସୁଥିଲେ। କେବଳ ଭାରତ ପାଇଁ ନୁହେଁ, ବରଂ ସାରା ଦୁନିଆର ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ।

ରତନ ଟାଟା ନିଜ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି। ତାଙ୍କୁ ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା। ତାଙ୍କର ଏକ ସ୍ଵତନ୍ତ୍ର ପ୍ରେମ କାହାଣୀ ବି ରହିଛି, ଯାହାକୁ ସେ ନିଜେ ଲୋକଲୋଚନକୁ ଆଣିଥିଲେ। ତାଙ୍କ ନିକଟରେ ସବୁକିଛି ଥିଲା। କିନ୍ତୁ ମନ ଭିତରେ ଯନ୍ତ୍ରଣା ବି ରହିଥିଲା, ଯାହାକୁ ସେ ଏକଦା ନିଜର ମ୍ୟାନେଜରଙ୍କ ଷ୍ଟାର୍ଟଅପ ଗୁଡ୍‌ଫେଲୋଜର ଓପନିଂ ଅବସରରେ ପ୍ରଘଟ କରିଥିଲେ। ସେ କହିଥିଲେ, ଆପଣମାନେ ଜାଣି ନାହାନ୍ତି ଏକୁଟିଆ ରହିବା କେତେ କଷ୍ଟକର ? ଯେପର୍ଯ୍ୟନ୍ତ ଆପଣ ଏକୁଟିଆ ସମୟ ବିତାଇବାକୁ ବାଧ୍ୟ ହେବେ ନାହିଁ ସେ ପର୍ଯ୍ୟନ୍ତ ଏକୁଟିଆପଣର ଅନୁଭବ ହେବନାହିଁ। ଯେପର୍ଯ୍ୟନ୍ତ ଆପଣ ବାସ୍ତବରେ ବୃଦ୍ଧା ହୋଇଯାଉନାହାନ୍ତି, ସେଯାଏ କାହାକୁ ବି ବୁଢ଼ା ହେବାକୁ ମନ ଆଦୌ ହୁଏ ନାହିଁ।

- Advertisement -

ରତନ ଟାଟା ବିବାହ କରି ନ ଥିଲେ, କିନ୍ତୁ ତାଙ୍କର ଏକ ପ୍ରେମ କାହାଣୀ ଥିଲା, ଯାହା ଅଧୁରା ରହିଯାଇଥିଲା। ଘଟଣାଟି ଏପରି ଥିଲା… ରତନ ଟାଟା ଲସ ଆଞ୍ଜେଲ୍ସରେ ଏକ କମ୍ପାନୀରେ କାମ କରିବା ସମୟରେ ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ସେହି ଝିଅଙ୍କୁ ସେ ବିବାହ କରିବାର ଥିଲା। କିନ୍ତୁ ହଠାତ ତାଙ୍କୁ ଭାରତ ଫେରିବାକୁ ପଡ଼ିଥିଲା। ଜେଜେ ମା’ଙ୍କ ଶରୀର ଅସୁସ୍ଥ ହେବାରୁ ସେ ଭାରତ ପଳାଇ ଆସିଥିଲେ। ରତନ ଟାଟା ଭାବିଥିଲେ ସେ ଭଲ ପାଉଥିବା ଯୁବତୀ ବି ତାଙ୍କ ସହିତ ଭାରତ ପଳାଇ ଆସିବେ। ମାତ୍ର ଆସି ନ ଥିଲେ। କାରଣ ଥିଲା ୧୯୬୨ ଭାରତ-ଚୀନ ଯୁଦ୍ଧ। ସେହି ସମୟରେ ଝିଅର ମା’ ବାପା ତାଙ୍କୁ ଭାରତ ଛାଡ଼ି ନ ଥିଲେ। ଯେଉଁଥିପାଇଁ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲେ। ହେଲେ ଟାଟା ତାଙ୍କୁ ଭୁଲି ନ ଥିଲେ। ଭଲପାଇବାକୁ ସ୍ମରଣ କରି ସେ ସାରା ଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories