www.samajalive.in
Thursday, December 11, 2025
16.1 C
Bhubaneswar

ନମ୍ବର ପ୍ଲେଟରେ ଗୋବର; ପେଟ୍ରୋଲ ପକାଇ କାର ଛୁ..

ନୀଳଗିରି: ବାଲେଶ୍ୱର ଜିଲା, ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତାର ତେଲିପାଳଠାରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ୪ ହଜାର ଟଙ୍କାର ପେଟ୍ରୋଲ ପକାଇ ଏକ କାର୍‍ ଛୁ ମାରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। କାର୍‍ର ଚାଳକ ପେଟ୍ରୋଲ ପକାଇବାକୁ କହିବାରୁ ଟାଙ୍କିରେ ଥିବା କର୍ମଚାରୀ ଜ୍ଞାନରଞ୍ଜନ ଦାସ ୪ ହଜାର ଟଙ୍କାର ପେଟ୍ରୋଲ ଭର୍ତ୍ତି କରିଥିଲେ। କିନ୍ତୁ ପେଟ୍ରୋଲ ପକାଇ ସାରିବା ପରେ କାରଟି ଦ୍ରୁତଗତିରେ କପ୍ତିପଦା ରାସ୍ତାରେ ଚମ୍ପଟ ମାରିଥିଲା। ଗାଡ଼ି ନମ୍ବର ଦେଖିବାକୁ କର୍ମଚାରୀ ଜଣକ ଚେଷ୍ଟା କରିଥିଲେ ହେଁ ଉକ୍ତ ନମ୍ବର ପ୍ଲେଟରେ ଗୋବର ଲେପ ଦିଆଯାଇଥିଲା। ଏନେଇ ଟାଙ୍କି ମାଲିକ ତପନ ରାଉତ ସଙ୍ଗେ ସଙ୍ଗେ କପ୍ତିପଦା ପୁଲିସକୁ ଖବର ଦେଇଥିଲେ ହେଁ କାରଟି ସେହି ରାସ୍ତାରେ ନଯାଇ ତରତରୀ-ଉଦଳା ରାସ୍ତାରେ ଖସି ପଳାଇଛି। ଏ ସମ୍ପର୍କରେ ଟାଙ୍କି ମାଲିକ ଶ୍ରୀ ରାଉତ ବରହମପୁର ଥାନାରେ ଏକ ଏତଲା ଦାଏର କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories