www.samajalive.in
Monday, December 8, 2025
27.1 C
Bhubaneswar

ସମାଜ ତରଫରୁ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି 

ସାକ୍ଷୀଗୋପାଳ: ଦୈନିକ ସମାଜର ପ୍ରାଣ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜୟନ୍ତୀ ଅବସରରେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ, କର୍ମପୀଠ ସତ୍ୟବାଦୀ, କାଦୁଆ ଆଶ୍ରମ, ଉତ୍କଳମଣିଙ୍କ ପ୍ରତିଷ୍ଠିତ ଐତିହାସିକ ସତ୍ୟବାଦୀ ବନ ବିଦ୍ୟାଳୟ, ସମାଧି ପୀଠ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ସମେତ ଅନ୍ୟ ସ୍ଥାନମାନଙ୍କରେ ପ୍ରତିଷ୍ଠିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ମିଷ୍ଟାନ୍ନ ବଣ୍ଟନ ଓ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜର ପ୍ରକାଶକ ଓ ମୁଦ୍ରାକର ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଐତିହାସିକ ବକୁଳ ବନ ପରିସରରେ ପ୍ରତିଷ୍ଠିତ ପଞ୍ଚସଖାଙ୍କ ସମାଧି ପୀଠ ଉତ୍କଳମଣିଙ୍କ ସମାଧିରେ ମାଲ୍ୟାର୍ପଣ କରିଥିଲେ। ସମାଧି ପୀଠ ନିକଟରେ ସମାଜର ପୂର୍ବତନ ସମ୍ପାଦକ ରାଧାନାଥ ରଥଙ୍କ ସମାଧି ପୀଠରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ। କଣାସ ବ୍ଲକ ଅନ୍ତର୍ଗତ ସାନ ବିନ୍ଧଣ ଗ୍ରାମରୁ ଆସିଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ସମାଧି ପୀଠ ନିକଟରୁ ପଦଯାତ୍ରାରେ ଯୋଗ ଦେଇଥିଲେ। ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି, ଉତ୍କଳମଣିଙ୍କ କର୍ମପୀଠ କାଦୁଆ ଆଶ୍ରମ, ଉତ୍କଳମଣି ଓ ଜାତିର ଜନକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କାଦୁଆ ଆଶ୍ରମ ପରିସରରେ ପ୍ରତିଷ୍ଠିତ ତେଲ ପେଡା ଘଣା ଦେଖିବା ସହିତ ଘଣାର କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀ ୧୯୩୪ ମସିହାରେ ରହିଥିବା ଘର ପରିଦର୍ଶନ କରିଥିଲେ। ସୁଆଣ୍ଡୋସ୍ଥିତ ଉତ୍କଳମଣିଙ୍କ ଷଠି ଘରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ରବୀନ୍ଦ୍ର ନାଥ ଦାସ, କୃଷ୍ଣଚନ୍ଦ୍ର ଜଗଦେବ, ସତ୍ୟବାଦୀ ଦାସଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ପ୍ରଦାନ କରା ଯାଇଥିଲା। ସୁଆଣ୍ଡୋ ସେତୁ ସଂଗଠନ ତରଫରୁ ଆବାହକ ଗୋବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ଡକ୍ଟର ଆଚାର୍ଯ୍ୟ ଯୋଗ ଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories