www.samajalive.in
Saturday, December 6, 2025
19.1 C
Bhubaneswar

ବିପୁଳ ବିଜୟ ସହ ଟି-୨୦ ଶୃଙ୍ଖଳା ଜିତିଲା ଭାରତ

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ଶୃଙ୍ଖଳାର କ୍ରମାଗତ ୨ୟ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରାଧାନ୍ୟ ବିସ୍ତାର କରି ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ନୀତୀଶ କୁମାର ରେଡ୍‌ଡୀଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ବୁଧବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବାଂଲାଦେଶକୁ ୮୬ ରନ୍‌ରେ ଭାରତ ପରାସ୍ତ କରିଛି। ନୀତୀଶ ରେଡ୍‌ଡୀ ଓ ରିଙ୍କୁ ସିଂହଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୯ ୱିକେଟ୍‌ରେ ୨୨୧ ରନ୍‌ର ବିଶାଳ ସ୍କୋର୍‌ ଛିଡ଼ା କରିଥିଲା। ପରେ ଭାରତୀୟ ବୋଲିଂର ମୁକାବିଲା କରିନପାରି ବାଂଲାଦେଶ ୯ ୱିକେଟ୍‌ରେ ୧୩୫ ରନ୍‌ କରି ପାରିଥିଲା। କ୍ରମାଗତ ୨ୟ ବିଜୟ ସହ ଭାରତ ୨-୦ରେ ଆଗୁଆ ରହି ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ହାତେଇ ନେଇଛି। ବାଂଲାଦେଶ ୨୨୨ ରନ୍‌ର ପିଛା କରିଥିବା ବେଳେ ୪୨ ରନ୍‌ରେ ୩ଟି ୱିକେଟ୍‌ ହରାଇଥିଲା। ପରଭେଜ୍ ହୋସେନ୍ ଇମନ୍ ୧୨ ବଲ୍‌ରୁ ୩ଟି ଚୌକା ସହ ୧୬ ରନ୍‌ କରିଥିଲେ। ଅଧିନାୟକ ନଜ୍‌ମୁଲ ହୋସେନ୍ ଶାନ୍ତ ୭ ବଲ୍‌ରୁ ୨ଟି ଚୌକା ସହ ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ଲିଟନ୍ ଦାସ ୧୪ ରନ୍‌କରି ବିଦାୟ ନେଇଥିଲେ। ଜୀବନର ଅନ୍ତିମ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳୁଥିବା ମହମ୍ମଦୁଲ୍ଲା ୩୯ ବଲ୍‌ରୁ ୩ଟି ଛକା ସହ ସର୍ବାଧିକ ୪୧ ରନ୍‌ କରିଥିଲେ। ମେହ୍‌ଦି ହାସନ୍ ମିରାଜ୍ ୧୬ ରନ୍‌ କରିଥିଲେ। ୫୫ ରନ୍‌ରେ ବାଂଲାଦେଶ ଶେଷ ୬ଟି ୱିକେଟ୍‌ ହରାଇଥିଲା। ନୀତୀଶ ରେଡ୍‌ଡୀ ୨ଟି ୱିକେଟ୍‌ ନେଇଥିବା ବେଳେ ଅନ୍ୟ ସବୁ ବୋଲର ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ନୀତୀଶ ରେଡ୍‌ଡୀ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଟସ୍ ଜିତି ବାଂଲାଦେଶ ଫିଲ୍‌ଡିଂ କରିଥିଲା। ଭାରତ ୨ ଓଭରରେ ୧୭ ରନ୍‌ର ଓପ୍‌ନିଂ ଭାଗୀଦାରି ପରେ ସଞ୍ଜୁ ସାମ୍‌ସନ ୨ଟି ଚୌକା ସହ ୧୦ ରନ୍‌କରି ବିଦାୟ ନେଇଥିଲେ। ୬ଟି ବଲ୍‌ ପରେ ଅନ୍ୟ ଓପ୍‌ନର ଅଭିଷେକ ଶର୍ମା ୩ଟି ଚୌକା ସହ ୧୫ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୮ ରନ୍‌ କରିଥିଲେ। ୪୧ ରନ୍‌ରେ ୩ଟି ୱିକେଟ ପଡ଼ିବା ପରେ ଜୀବନର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା ନୀତୀଶ କୁମାର ରେଡ୍‌ଡୀ ଓ ରିଙ୍କୁ ସିଂହ ପ୍ରତ୍ୟାକ୍ରମଣ କରିଥିଲେ। ବିଶେଷକରି ୨୧ ବର୍ଷ ବୟସ୍କ ନୀତୀଶ ବାଉଣ୍ଡରୀ ବର୍ଷା କରିଥିଲେ। ଫଳରେ ୪ର୍ଥ ୱିକେଟ୍‌ ପାଇଁ ମାତ୍ର ୫୪ ବଲ୍‌ରୁ ଭାରତ ୧୦୮ ରନ୍‌ ଯୋଡ଼ିଥିଲା। ନୀତୀଶ ରେଡ୍‌ଡୀ ମାତ୍ର ୩୪ ବଲ୍‌ରୁ ୭ଟି ଛକା ଓ ୪ଟି ଚୌକା ସହ ୭୪ ରନ୍‌ କରିଥିଲେ। ରିଙ୍କୁ ସିଂହ ମାତ୍ର ୨୯ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୫୩ ରନ୍‌ କରିଥିଲେ। ହାର୍ଦିକ ପାଣ୍ଡ୍ୟା ୧୯ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୨ ରନ୍‌ କରିଥିଲେ। ରିୟାନ ପରାଗ ୬ ବଲ୍‌ରୁ ୧୫ ରନ୍‌ କରିଥିଲେ। ରିସାଦ୍ ହୋସେନ୍ ୩ଟି ଏବଂ ତାସ୍କିନ୍ ଅହମ୍ମଦ, ତାଞ୍ଜିଦ୍ ହାସନ୍ ସାକିବ୍ ଓ ମୁସ୍ତାଫିଜୁର ରେହ୍‌ମାନ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories