www.samajalive.in
Wednesday, December 10, 2025
14.1 C
Bhubaneswar

ଭାରତ ଜଣେ ଆଇକନ୍‌ଙ୍କୁ ହରାଇଲା: ରାଷ୍ଟ୍ରପତି, ଝାଡଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ

ନୂଆଦିଲ୍ଲୀ: ରତନ ଟାଟାଙ୍କ ବିୟୋଗରେ ସାରା ଦେଶ ଆଜି ନୀରବ ହୋଇ ଯାଇଛି। ବିଜନେସ ଟାଇକୋନ ରତନ ଟାଟାଙ୍କ ଦେହାନ୍ତରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଆଜି ଦିନିକିଆ ଶୋକ ପାଳନ କରଯିବ ।  ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କ ଦେହାନ୍ତରେ ସବୁଠି ଶୋକର ଛାୟା ଖେଳିଯାଇଛି। ଶୋକ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି ଭାରତ ଏକ ଆଇକନ୍ ହରାଇଛି। ଦେଶ ପାଇଁ ତାଙ୍କ ଅବଦାନ ଅମୂଲ୍ୟ ଅଟେ। ସେହିପରି ଉପରାଷ୍ଟ୍ରପତି ଏକ୍ସରେ କହିଛନ୍ତି ଆତ୍ମ ନିର୍ଭରଶୀଳ ଭାରତ ଗଠନରେ ତାଙ୍କ ଅବଦାନ ଭାରତ ତଥା ବାହାରେ ଉଦ୍ୟୋଗୀ ମାନଙ୍କ ପାଇଁ ସବୁ ଦିନ ପାଇଁ ପ୍ରେରଣା ହୋଇ ରହିବ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ରତନ ଟାଟା ଜଣେ ଦୂରଦ୍ରଷ୍ଟା ସମ୍ପନ୍ନ, ଦୟାଳୁ ଆତ୍ମା ସହ ଜଣେ ସାଧାରଣ ମଣିଷ ଥିଲେ। ସେ ଥିଲେ ସହୃଦୟ ଓ ଦରଦୀ ମଣିଷ । ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କୁ ବାରମ୍ବାର ଭେଟିଛି। ସେପଟେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ରଘୁବର ଦାସ  ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ଶୋକ ବାର୍ତ୍ତା ଜଣାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories