www.samajalive.in
Monday, December 8, 2025
13.1 C
Bhubaneswar

ନୋଏଲ ଟାଟା କିଏ ? ରତନ ଟାଟାଙ୍କ ପରେ ଯାହାଙ୍କ ନାଁକୁ ନେଇ ଚାଲିଛି ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: ଭାରତର ବିଶିଷ୍ଟ ଉଦ୍ୟୋଗବିତ୍‌ ତଥା ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁ ପରେ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସାମାଜିକ ଗଣମାଧ୍ୟମରେ ରତନ ଟାଟାଙ୍କ ଦୟାଳୁ ଏବଂ ଉଦାରବାଦୀ ସ୍ଵଭାବର ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ଟାଟା ପରିବାରର ଜଣେ ସଦସ୍ୟଙ୍କୁ ନେଇ ବି ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ନୋଏଲ ଟାଟା। ଟାଟା ପରିବାରର କଥା ଉଠିଲେ ରତନ ଟାଟାଙ୍କ ପରେ ନୋଏଲ ଟାଟାଙ୍କ ନାଁ ଆସେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରତନ ଟାଟାଙ୍କ ନିଧନ ପରେ ନୋଏଲ ଟାଟାଙ୍କ ସହିତ କଥା ହେବା ସହିତ ସମବେଦନା ଜଣାଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ନୋଏଲ ଟାଟା କିଏ ଏବଂ ରତନ ଟାଟାଙ୍କା ସହିତ ତାଙ୍କର ସମ୍ପର୍କ କ’ଣ ?

- Advertisement -

ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ଭାଇ(ସାବତ ଭାଇ)। ରତନ ଟାଟାଙ୍କ ବାପା ନଭଲ ଟାଟା ୨ଟି ବିବାହ କରିଥିଲେ। ନଭଲ ଟାଟା ସୁନୀ କମିଶ୍ରିଏଟଙ୍କୁ ପ୍ରଥମ ବିବାହ କରିଥିଲେ। ଯାହାଙ୍କର ୨ଟି ସନ୍ତାନ ଥିଲେ, ରତନ ଟାଟା ଏବଂ ଜିମି ଟାଟା। ରତନ ଏବଂ ଜିମି ବିବାହ କରିନାହାନ୍ତି। ନଭଲ ଟାଟା ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ୧୯୫୫ରେ ସ୍ଵିଜରଲାଣ୍ଡର ବ୍ୟବସାୟୀ ସିମୋନଙ୍କୁ ବିବାହ କରିଥିଲେ। ନଭଲ ଏବଂ ସିମୋନଙ୍କ ପୁଅ ହେଉଛନ୍ତି ନୋଏଲ ଟାଟା।

ନୋଏଲ ଟାଟା ବର୍ତ୍ତମାନ ସାର୍‌ ରତନ ଟାଟା ଟ୍ରଷ୍ଟ ଏବଂ ସାର ଦୋରାବଜୀ ଟାଟା ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି। ସେ ଟାଟା ଇଣ୍ଟର ନ୍ୟାସନାଲ ଲିମିଟେଡ୍‌, ଭୋଲଟାସ୍‌ ଲିମିଟେଡ୍‌, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି ଏବଂ ଟାଇଟନ କମ୍ପାନୀର ଉପାଧ୍ୟକ୍ଷ ମଧ୍ୟ। ରତନ ଟାଟାଙ୍କ ନିଧନ ପରେ ସେ ଟାଟା ପରିବାରର ମଙ୍ଗ ଧରିବା ନେଇ ଚର୍ଚ୍ଚା ଜୋର ଧରିଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories