www.samajalive.in
Monday, December 15, 2025
26.1 C
Bhubaneswar

ନବରାତ୍ରୀର ପଞ୍ଚମ ଦିନ: ଏହି ମନ୍ତ୍ର ଜପ କରି ସ୍କନ୍ଦମାତାଙ୍କୁ କରନ୍ତୁ ପୂଜା

ସମାଜ ଡିଜିଟାଲ ଡେସ୍କ: ଶାରଦୀୟ ଦୁର୍ଗାପୁଜାର ନବରାତ୍ରୀର ନଅ ଦିନରେ ଚାଲିଛି ମା’ଙ୍କ ଆରାଧନା। ଆଜି ନବରାତ୍ରୀର ପଞ୍ଚମ ଦିନରେ ମାଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯାଉଛି। ସ୍କନ୍ଦମାତା ରୂପରେ ସିଂହ ଉପରେ ନିଜର ସନ୍ତାନଙ୍କ ସହ ବସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ବିଶ୍ୱାସ ରହିଛି ଯେ ନବରାତ୍ରୀର ପଞ୍ଚମ ଦିନରେ ମାଙ୍କୁ ଏହି ବେଶରେ ଦର୍ଶନ କରିଲେ ସନ୍ତାନ ସମ୍ବନ୍ଧୀୟ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ। ପୂରାଣ ଅନୁସାରେ ସ୍କନ୍ଦମାତାଙ୍କ ଚାରୋଟି ବାହୁ ରହିଛି। ଦୁଇଟି ବାହୁରେ ପଦ୍ମଫୁଲ ଓ ଗୋଟିଏ ହାତରେ ବରମୁଦ୍ରା ଏବଂ କୋଳରେ ପୁତ୍ର କାର୍ତ୍ତିକେୟ ବସିଥାନ୍ତି। ସିଂହ ବାହନରେ ବସି ମା ସମଗ୍ର ବିଶ୍ୱକୁ ଦର୍ଶନ ଦିଅନ୍ତି। ପଣ୍ଡିତଙ୍କ ମତରେ ଯେଉଁ ବିବାହିତ ମହିଳାମାନଙ୍କର ସନ୍ତାନ ନଥାଏ। ସେମାନଙ୍କୁ ସନ୍ତାନ ପ୍ରାପ୍ତ ପାଇଁ ପୂଜା କରାଯାଏ। ଏହାସହିତ ଯେଉଁମାନେ ଶ୍ରଦ୍ଧାର ସହିତ ମାଙ୍କ ଆରାଧନା କରିଥାନ୍ତି ସେମାନଙ୍କ ପୁତ୍ରମାନେ ଦୀର୍ଘାୟୁ ହୋଇଥାନ୍ତି ଏବଂ ସ୍କନ୍ଦମାତା ସର୍ବଦା ସେମାନଙ୍କୁ ବିପଦରୁ ରକ୍ଷା କରିଥାନ୍ତି।
ସ୍କନ୍ଦମାତାଙ୍କୁ ପୂଜା ସମୟରେ ପଦ୍ମ ଫୁଲ ଅର୍ପଣ କରିବା ଦ୍ୱାରା ଦେବୀ ପ୍ରସନ୍ନ ହୋଇଥାନ୍ତି। ଏହାବ୍ୟତୀ କ୍ଷୀର ଅର୍ପଣ କରନ୍ତୁ। ଫଳରେ ଦେବୀ ଖୁବଶୀଘ୍ର ପ୍ରସନ୍ନ ହେବା ସହିତ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି। ସ୍କନ୍ଦମାତାଙ୍କ ପୂଜା ସମୟରେ ‘ୟା ଦେବୀ ସର୍ବଭୁତେଷୁ ମା’ ସ୍କନ୍ଦମାତା ରୂପେଣୀ ସଂସ୍ଥିତା, ନମସ୍ତସ୍ୟା, ନମସ୍ତସ୍ୟା, ନମସ୍ତସ୍ୟା ନମୋ ନମଃା ମନ୍ତ୍ରକୁ ନିଶ୍ଚିତ ଭାବେ ଜପ କରନ୍ତୁ।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories