www.samajalive.in
Monday, December 8, 2025
27.1 C
Bhubaneswar

ନବରାତ୍ରୀର ପଞ୍ଚମ ଦିନ: ଏହି ମନ୍ତ୍ର ଜପ କରି ସ୍କନ୍ଦମାତାଙ୍କୁ କରନ୍ତୁ ପୂଜା

ସମାଜ ଡିଜିଟାଲ ଡେସ୍କ: ଶାରଦୀୟ ଦୁର୍ଗାପୁଜାର ନବରାତ୍ରୀର ନଅ ଦିନରେ ଚାଲିଛି ମା’ଙ୍କ ଆରାଧନା। ଆଜି ନବରାତ୍ରୀର ପଞ୍ଚମ ଦିନରେ ମାଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯାଉଛି। ସ୍କନ୍ଦମାତା ରୂପରେ ସିଂହ ଉପରେ ନିଜର ସନ୍ତାନଙ୍କ ସହ ବସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ବିଶ୍ୱାସ ରହିଛି ଯେ ନବରାତ୍ରୀର ପଞ୍ଚମ ଦିନରେ ମାଙ୍କୁ ଏହି ବେଶରେ ଦର୍ଶନ କରିଲେ ସନ୍ତାନ ସମ୍ବନ୍ଧୀୟ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ। ପୂରାଣ ଅନୁସାରେ ସ୍କନ୍ଦମାତାଙ୍କ ଚାରୋଟି ବାହୁ ରହିଛି। ଦୁଇଟି ବାହୁରେ ପଦ୍ମଫୁଲ ଓ ଗୋଟିଏ ହାତରେ ବରମୁଦ୍ରା ଏବଂ କୋଳରେ ପୁତ୍ର କାର୍ତ୍ତିକେୟ ବସିଥାନ୍ତି। ସିଂହ ବାହନରେ ବସି ମା ସମଗ୍ର ବିଶ୍ୱକୁ ଦର୍ଶନ ଦିଅନ୍ତି। ପଣ୍ଡିତଙ୍କ ମତରେ ଯେଉଁ ବିବାହିତ ମହିଳାମାନଙ୍କର ସନ୍ତାନ ନଥାଏ। ସେମାନଙ୍କୁ ସନ୍ତାନ ପ୍ରାପ୍ତ ପାଇଁ ପୂଜା କରାଯାଏ। ଏହାସହିତ ଯେଉଁମାନେ ଶ୍ରଦ୍ଧାର ସହିତ ମାଙ୍କ ଆରାଧନା କରିଥାନ୍ତି ସେମାନଙ୍କ ପୁତ୍ରମାନେ ଦୀର୍ଘାୟୁ ହୋଇଥାନ୍ତି ଏବଂ ସ୍କନ୍ଦମାତା ସର୍ବଦା ସେମାନଙ୍କୁ ବିପଦରୁ ରକ୍ଷା କରିଥାନ୍ତି।
ସ୍କନ୍ଦମାତାଙ୍କୁ ପୂଜା ସମୟରେ ପଦ୍ମ ଫୁଲ ଅର୍ପଣ କରିବା ଦ୍ୱାରା ଦେବୀ ପ୍ରସନ୍ନ ହୋଇଥାନ୍ତି। ଏହାବ୍ୟତୀ କ୍ଷୀର ଅର୍ପଣ କରନ୍ତୁ। ଫଳରେ ଦେବୀ ଖୁବଶୀଘ୍ର ପ୍ରସନ୍ନ ହେବା ସହିତ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି। ସ୍କନ୍ଦମାତାଙ୍କ ପୂଜା ସମୟରେ ‘ୟା ଦେବୀ ସର୍ବଭୁତେଷୁ ମା’ ସ୍କନ୍ଦମାତା ରୂପେଣୀ ସଂସ୍ଥିତା, ନମସ୍ତସ୍ୟା, ନମସ୍ତସ୍ୟା, ନମସ୍ତସ୍ୟା ନମୋ ନମଃା ମନ୍ତ୍ରକୁ ନିଶ୍ଚିତ ଭାବେ ଜପ କରନ୍ତୁ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories