www.samajalive.in
Saturday, December 6, 2025
23.1 C
Bhubaneswar

ଗୋଚ୍ଛାପଡା ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ଘଟଣା; ମୃତଦେହ ଉଦ୍ଧାର ସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍‌ର ତଦନ୍ତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡା ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସପି ରଜତ କୁମାର ରାୟ ରବିବାର ସଦଳବଳ ଜ୍ୟେଷ୍ଠଙ୍କ ମୃତଦେହ ଉଦ୍ଧାର ହୋଇଥିବା ଡାଙ୍ଗାଣାମା ନିକଟ ସ୍ତାନକଡ଼କୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ତାଙ୍କ ସହ ସାଇଣ୍ଟିଫିକ ଟିମ ମଧ୍ୟ ଉପସ୍ଥିତ ଥିଲେ। ପରେ ମୃତକ ଜ୍ୟେଷ୍ଠ ବଣ୍ଡକିଙ୍କ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରା ଗାଁସ୍ଥିତ ଘରକୁ ଯାଇ ପଚରାଉଚରା କରିଥିଲେ। ମୃତକଙ୍କ ଆଧାର କାର୍ଡ ଓ ମୋବାଇଲ ଫୋନ ଜବତ କରିଛନ୍ତି ତଦନ୍ତକାରୀ ଅଧିକାରୀ। ସୋମବାର ମୃତଙ୍କ ସହ ଘଟଣା ବେଳେ ଉପସ୍ଥିତ ଥିବା ସାଙ୍ଗ ଦାଶରଥି ଦିଗାଲଙ୍କୁ ପଚରାଉଚରା କରାଯିବ ବୋଲି ଡିଏସପି ରାୟ ସୂଚନା ଦେଇଛନ୍ତି। ସେଠାରୁ ଫେରିବା ପରେ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଅନ୍ୟ ଟିମ୍‌ ମୃତଦେହ ଉଦ୍ଧାର ସ୍ଥଳରେ ପହଞ୍ଚି ତନଖି କରିବା ସହିତ ବିଭିନ୍ନ ଦିଗ ଉପରେ ଛାନଭିନ୍‌ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ ଅନ୍ୟ କେତେକ ଜିନିଷ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ରାୟଙ୍କ ସମେତ ୩ ଜଣିଆ ଟିମ ଶନିବାର ଗୋଚ୍ଛାପଡାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅତିରିକ୍ତ ଏସପି ବଳଭଦ୍ର ଦୀପ, ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ ତଦନ୍ତକାରୀ ଅଧିକାରୀ। ଅନ୍ୟପକ୍ଷରେ ଏହି ଅଭିଯୋଗ ପରେ ଜିଲା ପୁଲିସ ବିଭାଗ ପକ୍ଷରୁ ମଧ୍ୟ ୫ ଜଣ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଧ୍ୟ ଅଞ୍ଚଳବାସୀ ଦାବିକରି ଏକ ଦାବିପତ୍ର ନୂତନ ଏସପିଙ୍କୁ ପ୍ରଦାନ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories