www.samajalive.in
Saturday, December 6, 2025
23.1 C
Bhubaneswar

ଶତ୍ରୁଙ୍କ ଉପରେ ବିଜୟ ପାଇଁ ନବରାତ୍ରୀର ଷଷ୍ଠ ଦିନରେ କରନ୍ତୁ ମା’କାତ୍ୟାୟନୀଙ୍କ ଆରାଧନା

ସମାଜ ଡିଜିଟାଲ ଡେସ୍କ: ଆଜି ନବରାତ୍ରୀର ଷଷ୍ଠଦିନରେ ଦେବୀ ଦୁର୍ଗାଙ୍କୁ କାତ୍ୟାୟନୀ ବେଶରେ ପୂଜା କରାଯାଉଛି। ପୌରାଣିକ କଥା ଅନୁଯାୟୀ ମା ଦୁର୍ଗାଙ୍କର ଏହି ରୂପ କାତ୍ୟାୟନ ଋଷିଙ୍କ କନ୍ୟା ଭାବରେ ଅବତରିତ ହୋଇଥିଲା। କୁହାଯାଏ ଯେ ଯେଉଁ ଭକ୍ତମାନେ ଭକ୍ତିର ସହ ଦେବୀଙ୍କ ଏହି ରୂପକୁ ପୂଜା କରନ୍ତି, ସେମାନେ ଜଗତ ଜନନୀଙ୍କ କୃପାରୁ ସମସ୍ତ ପ୍ରକାର ଭୌତିକ ସୁଖ ପାଇବା ସହିତ ଜୀବନ ସୁଖମୟ ହୋଇଥାଏ। ମା’ଙ୍କ ଏହି ରୂପକୁ ପୂଜା କରିବା ଦ୍ୱାରା ମା ଭକ୍ତଙ୍କୁ ଶତ୍ରୁଙ୍କ ଉପରେ ବିଜୟର ବରଦାନ ଦିଅନ୍ତି। ବିଶ୍ୱାସ କରାଯାଏ ଯେ ଦେବୀ ଦୁର୍ଗାଙ୍କ ଷଷ୍ଠ ଶକ୍ତି କାତ୍ୟାୟନୀ ମହର୍ଷି କାତ୍ୟାୟନଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ତାଙ୍କର ନାମ କାତ୍ୟାୟନୀ ରଖାଯାଇଥିଲା। ଠିକ୍‌‌ ସମୟରେ, ଦାମ୍ପତ୍ୟ ଜୀବନରେ ସୁଖ ଓ ଶତ୍ରୁଙ୍କ ଉପରେ ବିଜୟ ପାଇଁ ମା’ କାତ୍ୟାୟନୀଙ୍କୁ ପୂଜା କରାଯାଏ। ମା’ ଆଶୀର୍ବାଦରେ ଭକ୍ତଙ୍କୁ ମନପସନ୍ଦର ଜୀବନସାଥୀ ମିଳିଥାଏ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories