ରାସ୍ତାର ସଂପ୍ରସାରଣ ପାଇଁ ରାସ୍ତା ଉପରୁ ବିଦ୍ୟୁତ୍‌‌ ଖୁଣ୍ଟି ସ୍ଥାନାନ୍ତର

ପିପିଲି : ପିପିଲି-ଦାଣ୍ଡମୁକୁନ୍ଦପୁର ପୂର୍ତ୍ତ ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତ ଉପରେ ଥିବା ବିଦ୍ୟୁତ୍‌‌ ଖୁଣ୍ଟି ଗୁଡିକର ସ୍ଥାନାନ୍ତର କାର୍ଯ୍ୟ ଇତିମଧ୍ୟରେ ବିଦ୍ୟୁତ୍‌‌ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି।  ପିପିଲିର ହାଟଛକ ଠାରୁ ଦାଣ୍ଡମୁକୁନ୍ଦପୁର ମହାନ୍ତିସାହି ଛକ ପର୍ଯ୍ୟନ୍ତ ଦୀର୍ଘ ୩କିଲୋମିଟର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଛି। ରାସ୍ତା ଚଉଡା ହେବା ଫଳରେ ରାସ୍ତା କଡରେ ଥିବା ଏଲ୍‌‌ଟି ଓ ୧୧କେଭି ବିଦ୍ୟୁତ୍‌‌ ଖୁଣ୍ଟି ଗୁଡିକ ରାସ୍ତା ମଝିକୁ ଚାଲିଆସିଛି । ବିଦ୍ୟୁତ୍‌‌ ଖୁଣ୍ଟି ସ୍ଥାନାନ୍ତର ପାଇଁ ବିଭାଗୀୟ ମଞ୍ଜୁରି ମିଳିବା ପରେ ଟିପିସିଓଡିଏଲ୍‌‌ ଟିମ୍‌‌ ଲିଡ୍‌‌ ପ୍ରୋଜେକ୍ଟ ମୁଖ୍ୟ ଜିତେନ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରକଳ୍ପ ଯନ୍ତ୍ରୀ ସାନ୍ତନୁ ନାଥ ଉପସ୍ଥିତ ରହି ଉକ୍ତ ବିଦ୍ୟୁତ୍‌‌ ଖୁଣ୍ଟି ଗୁଡିକର ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି। ପ୍ରଥମ ୨୦ ଦିନରେ ୨କିଲୋମିଟର ତଥା ମେଡିକାଲ ଛକ ଠାରୁ ମହାନ୍ତିସାହି ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ଥିବା ସମସ୍ତ ୧୧ କେଭି ଓ ଏଲ୍‌‌ଟି ବିଦ୍ୟୁତ୍‌‌ ଖୁଣ୍ଟକୁ ସ୍ଥାନାନ୍ତର କରାଯିବ ଏବଂ ପରବର୍ତ୍ତୀ ସମୟରେ ମେଡିକାଲ ଛକ ଠାରୁ ହାଟଛକ ପର୍ଯ୍ୟନ୍ତ ରାସ୍ତା ଉପରେ ଥିବା ଖୁଣ୍ଟିକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମିଶ୍ର ସୂଚନା ଦେଇଛନ୍ତି।

Comments are closed.