୬ ସଂସଦୀୟ ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ କରିବେ ୯୯, ୬୧, ୦୫୭ ଭୋଟର

ଦିନକ ପରେ ଶେଷ ପର୍ଯ୍ୟାୟ ଭୋଟ: ଗାଁ କି ସହର ଯେଉଁଠି ଥାଅ, ନିଜର ଭୋଟ ନିଶ୍ଚୟ ଦିଅ

ଭୁବନେଶ୍ବର:  ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା: ୦୫-ମୟୂରଭଞ୍ଜ (ଏସ୍.ଟି.), ୦୬-ବାଲେଶ୍ୱର, ୦୭-ଭଦ୍ରକ (ଏସ୍.ସି.), ୦୮-ଯାଜପୁର(ଏସ୍.ସି.), ୧୫-କେନ୍ଦ୍ରାପଡ଼ା ଓ ୧୬-ଜଗତସିଂହପୁର(ଏସ୍.ସି.) ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଜୁନ ୧ ତାରିଖରେ ମତଦାନ ହେବ।

ଏହି ପର୍ଯ୍ୟାୟରେ ୬ଟିସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୯୯, ୬୧, ୦୫୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବ। ଏମାନଙ୍କ ମଧ୍ୟରେ ୫୦, ୮୮, ୦୭୬ ପୁରୁଷ, ୪୮, ୭୨, ୨୯୪ ମହିଳା ଓ ୬୮୭ ତୃତୀୟଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୮ ରହିଛି। ଏମାନଙ୍କ ମଧ୍ୟରେ ୨, ୫୭, ୩୪୫ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୨୦, ୫୧, ୫୦୫ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ୧୦, ୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ (ମୋଟ୍: ୧୦,୮୮୨) ମତଦାନ କେନ୍ଦ୍ର ରହିଛି। ମତଦାନ କେନ୍ଦ୍ର ପିଛା ପ୍ରାୟ ୯୧୫ ଜଣ ମତଦାତା ରହିଛନ୍ତିା ଏହି ସମସ୍ତ ବୁଥରେ ସକାଳ ୭ଟାରୁ ଆରମ୍ଭ ହୋଇସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବା

୧୪୦୦ରୁ ଊର୍ଦ୍ଧ୍ବ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବା ଏହି ପର୍ଯ୍ୟାୟରେ ପ୍ରାୟ ୨୦ ପ୍ରତିଶତ ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍ ବୁଥ୍) ରହିଛିା ଏହି ପର୍ଯ୍ୟାୟରେ ପ୍ରାୟ ୭୨ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତିା ସମସ୍ତ ପୋଲିଂଷ୍ଟେସନ୍ ଲୋକେସନରେ ଅନ୍ୟୁନ ଜଣେ ସ୍ବେଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତିା

ମୋଟ ପ୍ରାର୍ଥୀସଂଖ୍ୟା:-

୦୫-ମୟୂରଭଞ୍ଜ, ୦୬-ବାଲେଶ୍ୱର, ୦୭-ଭଦ୍ରକ, ୦୮-ଯାଜପୁର, ୧୫-କେନ୍ଦ୍ରାପଡ଼ା ଓ ୧୬-ଜଗତସିଂହପୁର ସଂସଦୀୟ କ୍ଷେତ୍ର ପାଇଁମୋଟ୬୬ ଜଣ ପ୍ରାର୍ଥୀ (ପୁରୁଷ-୫୫, ମହିଳା-୧୧) ରହିଛନ୍ତିା ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୯୪ ଜଣ (ପୁରୁଷ-୩୩୬, ମହିଳା-୫୮) ପ୍ରାର୍ଥୀ ରହିଛନ୍ତିା

ଇଭିଏମ୍ ଓ ଭିଭିପାଟ୍:-

ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ୍, ୧୩୪୬୨ଟି କଣ୍ଟ୍ରୋଲ ୟୁନିଟ୍ ଓ ୧୪୬୦୬ଟି ଭିଭିପାଟ୍ କମିଶନ ହୋଇଛିା ବିଧାନସଭା କ୍ଷେତ୍ର ମତଦାନ ପାଇଁମୋଟ ୧୪୧୨୨ଟି ବାଲାଟ ୟୁନିଟ୍, ୧୩୪୪୭ଟି କଣ୍ଟ୍ରୋଲ ୟୁନିଟ୍ ଓ ୧୪୬୩୮ଟି ଭିଭିପାଟ କମିଶନ ହୋଇଛିା

ପର୍ଯ୍ୟବେକ୍ଷକ:-

ଏହି ପର୍ଯ୍ୟାୟ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୧୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୩ ଜଣ ପୁଲିସ ପର୍ଯ୍ୟବେକ୍ଷକ ଓ ୧୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତିା

ସୁରକ୍ଷା ବ୍ୟବସ୍ଥା:-

ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛିା ଏଠାରେ୧୨୫କମ୍ପାନୀ ସିଏପିଏଫ (ସେଣ୍ଟ୍ରାଲ ଆର୍ମଡ଼୍ ପୋଲିସ ଫୋର୍ସ) ନିୟୋଜିତ ହେବୋ  ସିଏପିଏଫମାନଙ୍କୁ କ୍ରିଟିକାଲ୍ ବୁଥ୍ ଏବଂ ପ୍ରାର୍ଥୀମାନଙ୍କ ଦ୍ୱାରା ୱରି ଲିଷ୍ଟ ବୁଥରେ ନିୟୋଜିତ କରାଯିବା

ଡିସପର୍ସାଲ:-

prayash

୧୩ଟି ନିର୍ବାଚନ ମଣ୍ଡଳୀର ପୋଲିଂ ଦଳମାନଙ୍କୁ (ସଖି ବୁଥ୍ ବ୍ୟତିରେକ) ୩୦/୦୫/୨୦୨୪ ତାରିଖ ଦିନ ବୁଥକୁ ପଠାଯିବା ଅନ୍ୟମାନଙ୍କୁ ୩୧/୦୫/୨୦୨୪ ତାରିଖ ଦିନ ପଠାଯିବା

ସମ୍ଭାବ୍ୟ ଅଂଶୁଘାତ ନିରାକରଣ ବ୍ୟବସ୍ଥା:-

  • ପ୍ରତି ପୋଲିଂ ଷ୍ଟେସନରେ ଆଶାକର୍ମୀ ରହିବ। ସମ୍ଭାବ୍ୟ ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆବଶ୍ୟକୀୟ ଔଷଧ, ଓଆରଏସ ଆଦି ରହିବ।
  • ପ୍ରତି ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ ଷ୍ଟାଫ୍ ଜରୁରୀ ଔଷଧ ପତ୍ର ସହିତ
    • ରହିବୋ
  • ମୋବାଇଲ୍ ହେଲଥ ୟୁନିଟ ପାଇଁ ନିୟମିତ ବ୍ୟବଧାନରେ ବୁଥକୁ ସ୍ପର୍ଶକରିବୋ
  • ପିଏଚସି, ସିଏଚସି, ଡିଏଚଏଚ ଆଦିରେ ଅଂଶୁଘାତ ଓ୍ୱାର୍ଡ ସ୍ଥାପନ କରାଯାଇଛିା
  • ଅଂଶୁଘାତ ସଚେତନତା ବାର୍ତ୍ତା ବହୁଳ ଭାବେ ପ୍ରସାରିତ କରାଯାଇଛି।
  • ଡିସପର୍ସାଲ ଓ ରିସିଭିଂ ସେଣ୍ଟରରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଆମ୍ବୁଲାନ୍ସ ନିୟୋଜିତ ହେବେ।
  • ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମଚାରୀମାନଙ୍କ ଡିସପର୍ସାଲ ସେଣ୍ଟରରୁ ବୁଥକୁ ଯାଇ ନିର୍ବାଚନ କାର୍ଯ୍ୟ ଶେଷ କରି ଫେରିବା ପର୍ଯ୍ୟନ୍ତ ଖାଦ୍ୟପେୟ ଓ ପରିବହନ ବ୍ୟବସ୍ଥା ସୁବ୍ୟବସ୍ଥିତ କରାଯାଇଛିା

ମତଦାନ ଦିବସ ପାଇଁ ବ୍ୟବସ୍ଥା

  • ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସ୍ବେଚ୍ଛାସେବୀମାନେ ରହିବେ। ସେମାନଙ୍କ ପାଇଁ ଲାଇନ୍ ପାଖରେ ବସିବା ବ୍ୟବସ୍ଥା କରାଯାଇଛିା
  • ଭୋଟରମାନଙ୍କ ପାଇଁପୋଲିଂ ବୁଥରେ ପାନୀୟଜଳ, ଶୌଚାଳୟ ଓ ଛାଇ ଆଦି ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରାଯାଇଛି।
  • ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଘରୁ ବୁଥକୁ ଓ ବୁଥରୁ ଆଣି ଘରେ ଛାଡ଼ିବା ପାଇଁ ନିଃଶୁଳ୍କ ଯାନର ବ୍ୟବସ୍ଥା କରାଯାଇଛିା
  • ମତଦାନ ହେବାକୁ ଥିବା ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି।

ନିଜ ବୁଥ ଜାଣିବେ କେମିତି?

ଭୋଟର ଇନଫର୍ମେସନ ସ୍ଲିପ ବଣ୍ଟନ: ବୁଥ୍ ଲେବୁଲ୍ ଅଧିକାରୀମାନଙ୍କ ମାଧ୍ୟମରେ ଭୋଟର ଇନଫର୍ମେସନ ସ୍ଲିପ ଏବଂ ଭୋଟର ଗାଇଡ୍ ବଣ୍ଟା ଯାଇଛିା ଭୋଟର ଇନଫର୍ମେସନ ସ୍ଲିପରେ ବୁଥର ନାମ ଏବଂ ସ୍ଥାନ ଲେଖାଯାଇଛି। ଯଦି କୌଣସି ମତଦାତା ଭିଆଇଏସ୍ ପାଇନାହାନ୍ତି, ସେମାନେ ଭୋଟର ହେଲପ ଲାଇନ୍ ଆପ୍ ଅଥବା voters.eci.gov.in ପୋର୍ଟାଲରେନିଜ ବୁଥର ନାମ ଏବଂ ଠିକଣା ଜାଣି ପାରିବୋ ଏତଦ୍ବ୍ୟତୀତ ଟୋଲ ଫ୍ରିନମ୍ବର ୧୯୫୦କୁ ମଧ୍ୟ କଲ କରି ସୂଚନା ପାଇପାରିବ। ନିଜ ମୋବାଇଲ୍ ଫୋନରେ ECI <SPACE>EPIC No. ୧୯୫୦କୁ ମେସେଜ୍ ପ୍ରେରଣ କଲେ ପ୍ରତୁ୍ୟତ୍ତର ମେସେଜ୍୍ ଦ୍ୱାରାନିଜମତଦାନ କେନ୍ଦ୍ର ସଂପର୍କିତ ସୂଚନା ମଧ୍ୟ ପ୍ରାପ୍ତ କରାଯାଇପାରିବା

ଏଥିସହ ଭୋଟରମାନେ ଭୋଟର ପୋର୍ଟାଲ https://electoralsearch.eci.gov.in/ କୁ ଯାଇ କିମ୍ବା ନିଜ ମୋବାଇଲରେ ଭୋଟର ହେଲପ ଲାଇନ୍ ଆପ ଡାଉନଲୋଡ କରି ନିମ୍ନଲିଖିତ ତିନୋଟି ମଧ୍ୟରୁ ଯେକୌଣସି ଗୋଟିଏ ଉପାୟରେ ନିଜ ପୋଲିଂ ଷ୍ଟେସନର ବିବରଣୀ ପାଇପାରିବେ।

୧.     ନିଜର ଇପିଆଇସି ସଂଖ୍ୟା (EPIC No.) ବ୍ୟବହାର କରି କିମ୍ବା

୨.     ରାଜ୍ୟ, ନିଜର ନାମ, ପିତା କିମ୍ବା ସ୍ୱାମୀଙ୍କ ନାମ, ଜନ୍ମ ତାରିଖ/ବୟସ ବ୍ୟବହାର କରି କିମ୍ବା

୩.     ରାଜ୍ୟର ନାମ, ମୋବାଇଲ ନମ୍ବର ଏବଂ ଓଟିପି ବ୍ୟବହାର କରି ନିଜ ପୋଲିଂ ଷ୍ଟେସନର ବିବରଣୀ ପାଇ ପାରିବୋ

ବିଶେଷ ସୂଚନା:-

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ମତଦାତାଙ୍କ ବିଶେଷ ସୂଚନା ନିମନ୍ତେ ଜଣାଇ ଦିଆଯାଇଛି ଯେ ବୁଥ୍ ଭିତରକୁ କୌଣସି ବୈଦ୍ୟୁତିକ ଉପକରଣ ଯଥା-ମୋବାଇଲ୍ ଫୋନ୍, କ୍ୟାମେରା, ହେଡଫୋନ୍ ଓ ସ୍ମାର୍ଟ ଓ୍ୱାଚ୍ ଆଦି ନେବାର ଅନୁମତି ନାହିଁ।

ମତଦାନ ଦିବସ ହେଉଛି କର୍ତ୍ତବ୍ୟର ଦିବସା ଏଣୁ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛିା ଗଣତନ୍ତ୍ରରେ କୌଣସି ପ୍ରକାର ହିଂସାର ସ୍ଥାନନାହିଁ। ଏଣୁ ଜନ ସାଧାରଣ ଶାନ୍ତିଶୃଙ୍ଖଳା ପୂର୍ବକ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆହ୍ୱାନ ଦେଇଛନ୍ତି।

Comments are closed.