www.samajalive.in
Monday, December 8, 2025
14.1 C
Bhubaneswar

ଖ୍ରୀଷ୍ଟଚର୍ଚ୍ଚ ଗଣସଂହାର

ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ, ଭାଷା ଓ ଆଞ୍ଚଳିକତାକୁ କେନ୍ଦ୍ରକରି ମଣିଷ ଉପରେ ମଣିଷ ଜଘନ୍ୟ ଆକ୍ରମଣ କରିବା ପଶୁତ୍ବଠାରୁ ହୀନ ଏବଂ ନିନ୍ଦନୀୟ। ବିଶେଷକରି ଆଜିର ସାମାଜିକ ବିଶ୍ବାୟନ ପରିବେଶ​‌େ​‌ର ଏହା ଆଦୌ ଗ୍ରହଣୀୟ ନୁହେଁ। ନ୍ୟୁଜିଲାଣ୍ଡର ପ୍ରମୁଖ ସହର ଖ୍ରୀଷ୍ଟଚର୍ଚ୍ଚର ଦୁଇଟି ମସ୍‌ଜିଦରେ ଶୁକ୍ରବାର ପ୍ରାର୍ଥନା ସମୟ​‌େ​‌ର ସମବେତ ଶ୍ରଦ୍ଧାଳୁଙ୍କ ଉପରେ ଆଖିବୁଜା ଗୁଳିଚଳାଇ କେତେକ ଉଗ୍ର ଜାତୀୟତାବାଦୀ ଯେଉଁ ନାରକୀୟ କାଣ୍ଡ ଘଟାଇଛନ୍ତି ସେଥିରେ ୪୯ ଜଣଙ୍କର ଜୀବନ ଯାଇଛି ଏବଂ ୫୦ରୁ ଊର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ନିହତ ମୁସଲମାନ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଛନ୍ତି ଅନେକ ପ୍ରବାସୀ ଯେଉଁମାନେକି ଦୀର୍ଘକାଳ ଧରି ସେଠାରେ ବସବାସ କରିଆସୁଛନ୍ତି। ଏହି ଆକ୍ରମଣରୁ ବାଂଲାଦେଶ କ୍ରିକେଟ ଦଳର ସଦସ୍ୟମାନେ ସୌଭାଗ୍ୟକ୍ରମେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
କଳା ଶୁକ୍ରବାରର ଏହି ଘଟଣା ପଛରେ କେବଳ ମୁୁସଲମାନ ବି​‌େ​‌ଦ୍ବଷ ନାହିଁ, ଏଥିରେ ବିଦେଶାଗତ ଲୋକଙ୍କ ପ୍ରତି ଯେ ପ୍ରଚଣ୍ଡ ଘୃଣା ଓ ​‌େ​‌ଦ୍ବଷ ଭରିରହିଛି ତାହା ହତ୍ୟାକାରୀ ଜାରି କରିଥିବା ଇସ୍ତାହାରରୁ ସ୍ପଷ୍ଟ ହୋଇଛି। ସେମାନେ ତାଲିବାନ ଆତଙ୍କବାଦୀଙ୍କ ଭଳି ଏହି ବର୍ବରକାଣ୍ଡର ସମୁଦାୟ ଭିଡ଼ିଓ ପ୍ରସ୍ତୁୁତକରି ଫେସବୁକ୍‌ରେ ଛାଡ଼ି ବାହାର ଦୁନିଆକୁ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ଆହୁରି ଲୋମହର୍ଷଣକାରୀ। ହତ୍ୟାକାରୀମାନେ ଏହି ମୁସଲମାନମାନଙ୍କୁ ‘ବିଦେଶୀ’ ଏବଂ ‘ଅନୁପ୍ରବେଶକାରୀ’ ବୋଲି ଦର୍ଶାଇଛନ୍ତି। ପ୍ରାଥମିକ ତଥ୍ୟ ଅନୁସାରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଅଷ୍ଟ୍ରେଲିଆର ଜଣେ ​‌େଶ୍ବତାଙ୍ଗ ଉଗ୍ର ଦକ୍ଷିଣପନ୍ଥୀ ଖ୍ରୀଷ୍ଟିୟାନ ଏବଂ ସେ ନ୍ୟୁଜିଲାଣ୍ଡକୁ ଯାଇ ନିଜର କିଛି ସହଯୋଗୀଙ୍କସହ ଏହି କାଣ୍ଡ ଭିଆଇଛି। ଏହି ଘଟଣା ପୂର୍ବରୁ ସଂପୃକ୍ତ ଗୋଷ୍ଠୀପକ୍ଷରୁ ସୋସିଆଲ ମିଡ଼ିଆରେ ବିଦେଶରୁ ଆସି ବସବାସ କରୁଥିବା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେବବୋଲି ମଧ୍ୟ ଧମକ ଦିଆଯାଇଥିଲା। ଦେଶ‌େ‌ର ସଂଖ୍ୟାଲଘୁଙ୍କ ଜନସଂଖ୍ୟା ବୃଦ୍ଧିକୁ ଏହିଗୋଷ୍ଠୀ ବିରୋଧ କରିବାସହ ବିଦେଶରୁ ଆସୁଥିବା ସଂପ୍ରଦାୟ ଓ ସମୁଦାୟଙ୍କୁ ନିଶାଣରେ ରଖିଥିଲା। ସେମାନଙ୍କ ଭାଷାରେ ଉଗ୍ର ଗୋରା ଜାତିବାଦୀଙ୍କ ଭାଷାର ସାମଞ୍ଜସ୍ୟ ରହିଥିଲା। ହତ୍ୟାକାରୀମାନେ ଯେ ନାଜିମାନଙ୍କ ‘ହ୍ବାଇଟ ଜେନୋସାଇଡ’ (ଗୋରା ନରସଂହାର) ତତ୍ତ୍ବ ଦ୍ବାରା ପରିଚାଳିତ, ଏହା ତାଙ୍କ ଭାଷା ଓ କାର୍ଯ୍ୟରୁ ସ୍ପଷ୍ଟ ହୋଇଯାଇଛି। ନାଜିମାନେ ଉଗ୍ର ଜାତିବାଦ ଦ୍ବାରା ପ୍ରେରିତ ହୋଇ ବିଦେଶାଗତ ସଂପ୍ରଦାୟ ବିରୋଧରେ ଏଭଳି ପୈଶାଚିକ ଆକ୍ରମଣ ଏକଦା କରୁଥିଲେ।
କେତେକାଳ ଧରି ଅଷ୍ଟ୍ରେଲିଆରେ ଜାତିବାଦୀ ବି​‌େ​‌ଦ୍ବଷ ଓ ବିଦେଶୀଙ୍କୁ ଆକ୍ରମଣ ଘଟଣା ବଢ଼ୁଥିବାବେଳେ ଏବେ ଶାନ୍ତ ଓ ସାଂପ୍ରଦାୟିକ ବିଚାରରୁ ଉତ୍ତମ ସଦ୍‌ଭାବ ଥିବା ନ୍ୟୁଜିଲାଣ୍ଡରେ ଏଭଳି ଘଟଣା କେବେ ଘଟିନଥିଲା। ଏହି ଘଟଣା କେବଳ ନ୍ୟୁଜିଲାଣ୍ଡ ନୁହେଁ, ସମଗ୍ର ବିଶ୍ବପାଇଁ ଆଉ ଏକ ଚେତାବନୀ। ଆଜିକାଲି ସବୁ ଦେଶରେ ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ସମାଜ ବହୁବାଦୀ ହେଉଛି ଏବଂ ନାଗରିକତ୍ବ ଆଉ ଏକ ନିର୍ଦିଷ୍ଟ ଭୂଖଣ୍ଡ ମଧ୍ୟରେ ସୀମିତ ହୋଇ ରହିନାହିଁ। ପ୍ରବାସନ (ମାଇଗ୍ରେସନ) ଏବେ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ତେଣୁ ଯେଉଁମାନେ ନିଜ ଦେଶଛାଡ଼ି ଅନ୍ୟଦେଶରେ ବସବାସ କରୁଛନ୍ତି ସେମାନଙ୍କୁ ସୁରକ୍ଷିତ ରଖିବା ସେସବୁ ଦେଶର ମୌଳିକ ଦାୟିତ୍ବ। ଅଧିକାଂଶ ମୁସଲମାନ ରାଷ୍ଟ୍ର ଏହି ଘଟଣାକୁ ଇସଲାମ ବିରୋଧୀ ଆତଙ୍କ (ଇସଲାମ ପଂବିୟା) ବିଚାରସହ ଯୋଡ଼ୁଛନ୍ତି। ସେଥିରେ ଅବଶ୍ୟ କିଛି ଯଥାର୍ଥତା ରହିଛି। ତେବେ ମୌଳବାଦୀମାନେ ଯେତେବେଳେ ଧର୍ମ ଓ ଜାତିଗତ ବିଚାରରେ ଉଦ୍‌ଭ୍ରାନ୍ତ ହୁଅନ୍ତି ସେତେବେଳେ ପ୍ରତ୍ୟେକ ଦେଶରେ ସଂଖ୍ୟାଲଘୁମାନେ ବିପଦର ସମ୍ମୁଖୀନ ହୁଅନ୍ତି। ଇସଲାମୀୟ ରାଷ୍ଟ୍ରରେ ଏହା ଅଧିକ ଘଟୁଛି। ଅତଏବ ଯେଉଁଠି ମୁସଲମାନ, ଖ୍ରୀଷ୍ଟିୟାନ ବା ହିନ୍ଦୁ ସଂଖ୍ୟାଗରିଷ୍ଠ ସେଠି ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ସୁରକ୍ଷା ନିଶ୍ଚିତ ହେବାର ଆବଶ୍ୟକତା ରହିଛି। ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ହେଲା ବାହାରୁ ଆସି କୌଣସି ଦେଶରେ ବସବାସ କରୁଥିବା ଜନସମୁଦାୟ ସେମାନଙ୍କର ପରିଶ୍ରମ, ବୁଦ୍ଧିମତ୍ତା, ଜ୍ଞାନ ଓ କର୍ମକୁଶଳତା ଯୋଗୁଁ ମୂଳବାସିନ୍ଦାଙ୍କଠାରୁ କାମ ଓ ଜୀବିକା ଛଡ଼ାଇ ନେଉଥିବାରୁ ସ୍ବଭାବତଃ ସଂଖ୍ୟାଗରିଷ୍ଠମାନେ ପ୍ରତିକ୍ରିୟାଶୀଳ ହୋଇ ଆତଙ୍କ ସୃଷ୍ଟି କରୁଛନ୍ତି। ଅଷ୍ଟ୍ରେଲିଆ, ଆମେରିକା ଆଦି ଦେଶରେ ହିନ୍ଦୁ ଓ ଶିଖମାନେ ମଧ୍ୟ ବିଭିନ୍ନ ସମୟରେ ଏଭଳି ଆକ୍ରମଣର ସମ୍ମୁଖୀନ ହେଉଛନ୍ତି। ବିବିଧ ସଂସ୍କୃତି, ଧର୍ମ ଓ ସାଂସ୍କୃତିକ ବିବିଧତା ଥିବା ରାଷ୍ଟ୍ର (ନେସନ ଷ୍ଟେଟସ) ପାଇଁ ଏହା ଏ​‌ବେ ଏକ ବଡ଼ ସମସ୍ୟା ହୋଇଛି। ଆନ୍ତର୍ଜାତିକବାଦ, ପ୍ରବ୍ରଜନ, ପ୍ରବାସନ ଓ ଅନ୍ୟ ଦେଶର ଲୋକଙ୍କ ଆଗମନକୁ ଅନ୍ୟରାଷ୍ଟ୍ର ଓ ମୌଳବାଦୀ ସମାଜ ସହ୍ୟ ନ’କରିବା ବିଶ୍ବ ପାଇଁ ନୂଆ ବିପଦ ସୃଷ୍ଟି କରିଛି। ପ୍ରତ୍ୟେକ ଦେଶ ନିଜସ୍ବ ଉଦ୍ୟମରେ ଏବଂ ସମଗ୍ର ବିଶ୍ବ ମିଳିତଭାବେ ଏହାର ମୁକାବିଲା କରିବାର ସମୟ ଉପଗତ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories