ହାତି ଆକ୍ରମଣ: ୨ ଦିନରେ ୨ଜଣଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଢେଙ୍କାନାଳ ସଦର : ଢେଙ୍କାନାଳ-ଯୋରନ୍ଦା ମୁଖ୍ୟ ରାସ୍ତା ର ନେଉଳପୋଇ ଖେଳ ପଡିଆ ନିକଟରେ ଦନ୍ତା ହାତୀ ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଶନିବାର ଅପରାହ୍ନ ଚାରିଟା ଦଳି ମାରିଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକ ଯୋରନ୍ଦା -ଢେଙ୍କାନାଳ ରାସ୍ତା ଅବରୋଧ କରିଛନ୍ତି।

ପ୍ରକାଶ ଯେ, ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ନେଉଳପୋଇ ପଞ୍ଚାୟତ ବିରିଖୁଣ୍ଟି ଗ୍ରାମର ବିପିନ ମହାନ୍ତି ବୟସ (୪୫) ସବୁଦିନ ପରି ଢେଙ୍କାନାଳରୁ କାମ କରି ନିଜ ମୋଟରସାଇକେଲ ଘରକୁ ଫେରୁଥିଲେ ହାତିଟି ଢେଙ୍କାନାଳ ନେଉଳପୋଇ ମୁଖ୍ୟ ରାସ୍ତାରେ ହାତି ସହିତ ମୁହାଁମୁହିଁ ହୋଇଥିଲେ ଦନ୍ତା ହାତୀଟି ସମ୍ମୁଖରେ ଦେଖି ହଟାତ ଆକ୍ରମଣ କରିଥିଲା ତାର ଶୁଣ୍ଢରେ ଟେକି କଚାଡି ଦେଇ ମୁଣ୍ଡକୁ ଦଳିଦେଇଥିଲା ସେହି ଜାଗାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ଏହାକୁ ନେଉଳପୋଇ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଥିଲା ସେହି ରାସ୍ତାରେ ସମସ୍ତେ ଧାରଣା ଦେଇଥିଲେ ଦୀର୍ଘ ୪ରୁ ୫ଘଣ୍ଟା ଧରି ରାସ୍ତାରେ ବସିରହିଥିଲେ ଏବଂ ଲୋକମାନଙ୍କୁ ସୁରକ୍ଷା ଏବଂ ଯଥାଶୀଘ୍ର ମୃତ ବ୍ୟକ୍ତିଙ୍କୁ ସାହାଯ୍ୟ ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ ଫଳରେ ଯିବାଆସିବା ଗାଡି ବନ୍ଦ କାରଣରୁ ସାଧାରଣ ଜନତା ମଧ୍ୟ୍ୟ ହଇରାଣ ସମ୍ମୁଖୀନ ହୋଇଥିଲେ ଏହି ଖବର ପାଇ ଗଁନ୍ଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ସୁବ୍ରତ ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ ଯୋରନ୍ଦା ବନପାଳ ମଧୁସ୍ମିତା ପତି ଏବଂ ଗଁନ୍ଦିଆ ତହସିଲଦାର ପହଂଚି ବୁଝାସୁଝା କରିଥିଲେ। ୨ ଦିନରେ ଦୁଇ ମୃତ ବାରମ୍ବାର ଏହି ଘଟଣା ଘଟୁ ଥିବାରୁ ଗ୍ରାମବାସୀ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି|

Comments are closed.