ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ
ଧାମରା : ଧାମରା ନିକଟସ୍ଥ ଶଶିକାଦେଇପୁର ଠାରେ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଏହି ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହରାଜା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅଟଳ ବିହାରୀ ମହାବିଦ୍ୟାଳୟର ଅଧ୍ୟାପକ ଡ. ରବିନାରାୟଣ ନାୟକ ଯୋଗ ଦେଇ ନିଜ ବକ୍ତବ୍ୟରେ ନିଜର ଅଧ୍ୟବସାୟ ଜାରୀ ରଖିଲେ ଜୀବନରେ ସମସ୍ତ କାର୍ଯ୍ୟ ସମ୍ଭବ ବୋଲି କହିବା ସହ ସମସ୍ତ ଛାତ୍ରଛାତ୍ରୀ ନିଜର ଏକାଗ୍ରତା ବଜାଇ ରଖିବା ମଧ୍ୟ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।
ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରେବତୀକାନ୍ତ ବେହେରା ସଭାରେ ସଭାପତିତ୍ୱ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ କରଞମାଳ ସରପଂଚ ନିବେଦିତା ନାୟକ, ସୁକୁମାର ପ୍ରଧାନ, ରବିନ୍ଦ୍ର ନାୟକ, ସୁକୁମାର ହାତୀ, ତ୍ରିଲୋଚନ ଦାସ, ପୂର୍ବତନ ସିଆରସିସି ଅନୁପ କୁମାର ଦାସ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ବିଶ୍ୱାଳ, ଟୁନା ମହାଳିକ, ଯତୀନ୍ଦ୍ର ନାଥ ହାଇସ୍କୁଲର ପ୍ରଧାନଶିକ୍ଷକ ବିନୟ କୁମାର ପାଢୀ ପ୍ରମୁଖ ମଂଚାସୀନ ଥିବା ବେଳେ ନିଜ ନିଜର ବକ୍ତବ୍ୟ ରଖିବା ସହ ବହୁ ଶିକ୍ଷଣୀୟ ବିଷୟ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।
ଶିକ୍ଷକ ସିଦେ୍ଧଶ୍ୱର ଦୁଆରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ଶିକ୍ଷୟତ୍ରୀ ମହେଶ୍ୱେତା ଦାସ ପାଠ କରିଥିଲେ। ଶିକ୍ଷକ ଖଗେଶ୍ୱର ମଲିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ମହେଶ୍ୱର ଦାସ,ଲୀନା ଦାସ, ରାଜଶ୍ରୀ ବାରିକ, ରିତୁପମା ମାଝୀ, ପଦ୍ମିନୀ ସେଠୀ, କିଷ୍ନ ସୋରେନ, ଶିବାଦିତ୍ୟ ନାୟକ, ରାଜ କିଶୋର ମଲିକ,ଖଗେଶ୍ୱର ମଲିକ,ସିଦେ୍ଧଶ୍ୱର ଦୁଆରୀ, ଅକ୍ଷୟ ରାଉତ, ମହେଶ୍ୱର ଦୁଆରୀ,ରାମକୃଷ୍ନ ଦୁଆରୀ.ମଉମିତା ବେରା ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.