୩ ବିଜେପି କର୍ମୀ ଅପହରଣ, ଧାମରା ଥାନାରେ ଅଭିଯୋଗ
ଧାମରା: ଆଜି ଧାମରା ନିକଟସ୍ଥ କରଞ୍ଜ ମାଲ ପଞ୍ଚାୟତ ଧନକୁଟ ଅଞ୍ଚଳର କିଛି ବିଜେପି କର୍ମୀ ଦଳୀୟ ପ୍ରଚାର କରୁଥିବା ବେଳେ ବିଜେଡ଼ି କର୍ମୀମାନେ ସଂଘ ବଦ୍ଧ ଭାବରେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାସହିତ ପ୍ରଚାର ପାଇଁ ଆସିଥିବା ବିଜେପିର ଗାଡ଼ିକୁ ଭଙ୍ଗା ରୁଜା କରିଥିଲେ। ଏହାପରେ କିଛି ବିଜେପି କର୍ମୀଙ୍କୁ ଅପହରଣ କରି ରଖିଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳୁ ନ ଥିବ ବିଜେପି କର୍ମୀ ଧାମରା ଥାନାରେ ଅଭିଯୋଗ କରିଛନ୍ତି ।
ତେବେ ଏ ନେଇ ଶହଶହ ବିଜେପି କର୍ମୀ ଧାମରା ବାସୁଦେବପୁର ରାସ୍ତାକୁ ଧାନ କୁଟା ଠାରେ ଅବରୋଧ କରି ରହିଥିବା ବେଳେ ପୁଲିସ୍ ବିଜେଡିର ତିନି ଜଣ ଆକ୍ରମଣକାରୀଙ୍କୁ ପୁଲିସ ଧାମରା ଥାନାରେ ଅଟକ ରଖିଛନ୍ତି । ଆଜି ବିଜେପିର ରଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଲେଶ ପଣ୍ଡା ତାଙ୍କ ଦଳ ସହ କରଞ୍ଜମଳ ର କିଛି ଦଳୀୟ କର୍ମୀଙ୍କୁ ନେଇ ପ୍ରଚାର କରୁଥିବା ବେଳେ କରଞ୍ଜମାଲର ପୂର୍ବତନ ସରପଂଚ ଓ ତାଙ୍କର ସହଯୋଗୀମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ କିଛି ବିଜେପି କର୍ମୀଙ୍କୁ ଅପହରଣ କରି ରଖିଛନ୍ତି ।
ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ତିନି ଜଣ ମିଳି ନ ଥିବ ବେଳେ ସେମାନେ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ପୁଲିସ ତଦନ୍ତ ଜାରି ରଖିଛି। ଆକ୍ରମଣକାରୀଙ୍କ ନେତାକୁ ପୁଲିସ୍ ଗିରଫ ନ କରିବା ପର୍ଯ୍ୟନ୍ତ ରାସ୍ତା ରୋକ ଚାଲି ରହିବ ବୋଲି ବିଜେପି ନେତା ରୁଦ୍ର ମହାନ୍ତି, ଭାସ ମହାଳିକ ପ୍ରକାଶ କରିଛନ୍ତି।
Comments are closed.