ଧାମରା କାଁ ଭାଁ ନିର୍ବାଚନ ହିଂସା, ଶାନ୍ତି ଶୃଙ୍ଖଳାରେ ମତଦାନ

ଧାମରା: ଧାମରା ଅଂଚଳରେ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟାୟରେ। ଆଜି ସକାଳ ୭ଟାରେ ଭୋଟ ଆରମ୍ଭ ହୋଇଥିବା ବେଳେ ବହୁ ସ୍ଥାନରେ ଇଭିଏମର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ସ୍ଥାନରେ ମତଦାନ ଶେଷ ହୋଇ ନଥିଲା । ଧାମରା ଅଂଚଳରେ ଥିବା ବୁଥ ମାନଙ୍କରେ କାଁ ଭାଁ ହିଂସାକୁ ଛାଡିଦଲେ ମତଦାନ ଶାନ୍ତିପୂର୍ଣ ଥିଲା। ଅନ୍ୟ ପକ୍ଷରେ ଶାନ୍ତି ବ୍ୟାଘାତ ହେବା କାରଣରୁ ବ୍ୟାପକ ପୁଲିସ ମୁତୟନ ଥିବା ସତ୍ତ୍ବେ ଧାମରା ୨୪୮ନଂ ବୁଥ,ଜାଗୁଳା ପଂଚାୟତରେ ଥିବା ୨୫୦ନଂ ବୁଥ ,ଗୋବିନ୍ଦପୁô ବୁଥ ନଂ ୧୪୮ରେ କାଁ ଭାଁ ହିଂସା ଲାଗି ରହିଥିବା ବେଳେ ୩ଟି ସ୍ଥାନରେ ବାଂଶଡା ଏବଂ ଧାମରା ଥାନାଧିକାରୀ ପହଂଚି ସମସ୍ତ କଥାର ସମାଧାନ କରିଥିଲେ।

ବାଂଶଡା ପଂଚାୟତରେ ଥିବା ଛେଡାକ ବିଦ୍ୟାଳୟ ଆଗରେ ଗୋଟିଏ ହୋଡିଂ ଲଗା ହେବାକୁ ନେଇ ମଧ୍ୟ ଉତ୍ତେଜନା ଲାଗି ରହିଥିଲା,ପ୍ରଶାସନର ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିଲା।ସେହିପରି ଚରଦିଆ ପଂଚାୟତରେ ଇଭିଏମ ମେସିନର ଯାନ୍ତ୍ରିକ ତ୍ରୁଟି ପାଇଁ ମଧ୍ୟ ମତଦାନ ବିଳମ୍ବ ହୋଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ବହୁ ସ୍ଥାନରେ ମତଦାନ ଶେଷ ହୋଇ ନଥିଲା।

prayash

ଆଜି ହୋଇଥିବା ମତଦାନରେ କଇଥଖୋଲା ପଂଚାୟତରୁ ଭାରତୀୟ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅମୀୟ କୁମାର ମହାପାତ୍ର କଇଥଖୋଲା ପଂଚାୟତରେ ଥିବ ପୂର୍ଣପ୍ରସାଦ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଥିଲେ। ସନ୍ଧ୍ୟା ୬ଟା ସୁଦ୍ଧା ଧାମରା ୫ନଂ ଜୋନରେ ମତଦାନ ହାର ୭୫ପ୍ରତିଶତରୁ ଅଧିକ ଥିବା ବେଳେ କଇଥଖୋଲା ସୁକଚାନ୍ଦ ମାନ୍ନା ବିଦ୍ୟାଳୟରେ ଥିବା ୧୪୪ନଂ ବୁଥରେ ଇଭିଏମ ଦୀର୍ଘ ୪ଘଣ୍ଟା ଧରି ଖରାପ ଥିବାରୁ ଏଠାରେ ସନ୍ଧ୍ୟା ୬ଟାରେ ମତଦାନ ଆରମ୍ଭ ହୋଇଛି।

ଏହି ବିଦ୍ୟାଳୟରେ ୧୩୫୧ଭୋଟରଙ୍କ ମଧ୍ୟରୁ ୮ଶହ ଭୋଟର ମତଦାନ କରିବା ପରେ ଇଭିଏମ ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ୬ଟାରେ ଏହି ବୁଥରେ ପୁନଶ୍ଚ ମତଦାନ ଆରମ୍ଭ ହୋଇଥିଲା।

 

Comments are closed.