୩ଟି ପଞ୍ଚାଯତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନ ଶିବିର
ଦେଓଗାଁ: ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହଲ, ଦେଶଣ୍ଡ ସିଂହା ମୁଣ୍ଡା ଠାରେ ପଞ୍ଚାଯତ ଠାରେ ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଗାଇବାହଲ ଠାରେ ଅନୁଷ୍ଠିତ ହୋଇଥିବା ଶିବିରରେ ସରପଞ୍ଚ ତ୍ରିଲୋଚନ ନାଗ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବରେ ଜିଲା ପରିଷଦ ସଭ୍ୟ ସୁମତି ସେଠ, ଜରାସିଂହା ସରପଞ୍ଚ କୁଶମଣୀ ମେହେର ଯୋଗ ଦେଇଥିବା ବେଳେ ନୋଡାଲ ଅଧିକାରୀ ଭାବରେ ପିଇଓ ବୀଣା ପଧାନ, ସୁପରଭାଇଜର ଭାବରେ ସାଗରିକା ଜେନା ରହିଥିଲେ।
ଠିକ ସେହିପରି ଦେଶଣ୍ଢ ଠାରେ ଅନୁଷ୍ଠିତ ହୋଇଥିବା ଶିବିରରେ ସରପଞ୍ଚ ଯଶୋଦା ମେହେର ସଭାପତିତ୍ୱ କରିଥିବା ବେଳେ ବିପିଏମ ପ୍ରଦୀପ ଛତ୍ରୀଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବ ବିଡ଼ିସିସି ସଭାପତି ସୁଶୀଲ ଚାନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ରୁଦନା ଧରୁଆ, ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ସାରସମାଲ ସରପଞ୍ଚ ଗୋପାଳ ବାଗ, ପୂର୍ବ ସରପଞ୍ଚ ସ୍ବଯଂବର ମେହେର ଯୋଗଦେଇଥିବା ବେଳେ ପିଇଓ ନନ୍ଦକିଶୋର ସାହୁ ଓ ପ୍ରଶାନ୍ତ ନାୟକ ନୋଡାଲ ଅଫିସର ଭାବରେ ରହିଥିଲେ।
ସିଂହାମୁଣ୍ଡାରେ ଅନୁଷ୍ଠିତ ହୋଇଥିବା ଶିବିର ରେ ସରପଞ୍ଚ ହାହ୍ନବୀ ମହାଣା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗ ଦେଇଥିବା ବେଳେ ରାଜ୍ୟ ସଭା ସାଂସଦ ଙ୍କ ପ୍ରତିନିଧି ସୁରଥ ଧରୁଆ, ଡୁମେର ପିଟା ସରପଞ୍ଚ ବାସନ୍ତୀ ପଟେଲ,ରାମଚନ୍ଦ୍ର ପୁର ସରପଞ୍ଚ ପଦ୍ମିନୀ ମିଶ୍ର , ସମିତି ସଭ୍ୟ ଚନ୍ଦ୍ରମା ଧରୁଆ ପିଇଓ ପ୍ରେମାନନ୍ଦ ବୁଡେକ ଓ ବିପିସି ଦିଲୀପ ସାହୁ ମଞ୍ଚଆସିନ ହୋଇଥିଲେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଯୋଗାଇ ଦେଉଥିବା ବିଭିନ୍ନ ଯୋଜନା ଉପରେ କହି ସଚେତନ କରିଥିଲେ ଏବଂ କଳାକାର ମାନେ ନାଟକ,ପାଲା ଗୀତ ମାଧ୍ୟମରେ ସରକାରୀ ଯୋଜନା ଲୋକେ କିଭଳି ଲାଭବାନ ହେବେ ସେ ନେଇ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ।
Comments are closed.