ଦିଲ୍ଲୀ ଶ୍ରମ ବିଭାଗରେ ୧୩୯ କୋଟି ଦୁର୍ନୀତି ଅଭିଯୋଗ, ଚିନ୍ତାରେ କେଜେରିୱାଲ

0

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ନାମରେ ଗୋଟିଏ ପଟେ ଗୋଟିଏ ଦୁର୍ନୀତି ଅଭିଯୋଗ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜେରିୱାଲଙ୍କ ଚିନ୍ତା ବଢାଇ ଦେଇଛି । ଏବେ ଦିଲ୍ଲୀ ସରକାରଙ୍କ ବିରୋଧରେ ଏକ ନୂଆ ଦୁର୍ନୀତିର ଅଭିଯୋଗ ଆସିଛି। ଏହି ଦୁର୍ନୀତି ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ସହ ଜଡିତ । ସୂଚନା ଅନୁସାରେ ଆପ ସରକାରର ମନ୍ତ୍ରୀ ଗୋପାଳ ରାୟଙ୍କ ଅଧୀନରେ ଥିବା ଶ୍ରମ ବିଭାଗରେ ୧୩୯ କୋଟି ଟଙ୍କା ଦୁର୍ନୀତିର ଅଭିଯୋଗ ହୋଇଛି । ଦିଲ୍ଲୀ ଶ୍ରମିକ ୟୁନିଅନର ସଭାପତି ସୁଖବିର ଶର୍ମା ଏହି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ମିଛରେ ନକଲି ଶ୍ରମିକଙ୍କୁ ୧୩୯ କୋଟି ଟଙ୍କା ପ୍ରଦାନ କରିଛି । ଏଥିପାଇଁ ଅନେକ ଟ୍ରେଡ୍‌ ୟୁନିଅନରେ ନକଲି ଶ୍ରମିକଙ୍କୁ ପଞ୍ଜିକୃତ ଦେଖାଯାଇଛି । ଏପରି କରିବା ପାଇଁ ଦିଲ୍ଲୀ ସରକାର ଟ୍ରେଡ୍‌ ୟୁନିଅନକୁ ଉତ୍କୋଚ ଦେଇଛନ୍ତି । ଅଭିଯୋଗକୁ ଆଧାର କରି ଦୁର୍ନୀତି ନିରୋଧୀ ବ୍ରାଞ୍ଚ ଆଇପିସି ଧାରା ୪୨୦, ୪୬୮, ୪୭୧, ୧୨୦ (ଖ) ଏବଂ ଦୁର୍ନୀତି ଆଇନରେ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଶ୍ରମ ବିଭାର ଅଜଣା ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ପ୍ରକାଶ ଯେ ଏହା ପୂର୍ବରୁ ଦିଲ୍ଲୀ ସରକାରଙ୍କ ବିରୋଧରେ ଖାଉଟି ବିତରଣରେ ଦୁର୍ନୀତିର ଅଭିଯୋଗ ହୋଇଥିଲା ।

Leave A Reply