www.samajalive.in
Sunday, December 7, 2025
26.1 C
Bhubaneswar

ସାଜସଜ୍ଜାର ଏହି ଉପାୟରେ ଝଲସିବ ‘ଖ୍ରୀଷ୍ଟମାସ’

ପାଖେଇ ଆସୁଛି ଖ୍ରୀଷ୍ଟମାସ। ସମସ୍ତେ ଏହାକୁ ଆନନ୍ଦର ସହ ଅପେକ୍ଷା କରିଥାଆନ୍ତି। ଖାସ କରି ପିଲାମାନେ ସାଣ୍ଟାକ୍ଲଜ ଠାରୁ ଉପହାର ପାଇବା ପାଇଁ ଆପକ୍ଷା କରି ରହିଥାଆନ୍ତି। ଏତଦ ବ୍ୟତୀତ ଏହି ଖ୍ରୀଷ୍ଟମାସରେ ଘରକୁ ଖୁବ ସୁନ୍ଦରଭାବେ ସଜା ଯାଇଥାଏ। ଏହି ପର୍ବ ରଶ୍ମୀ, ଭଲପାଇବା ଓ ଖୁସିର ପ୍ରତୀକ ଅଟେ। ବହୁ ଲୋକେ କିଛି ଦିନ ପୂର୍ବରୁ ଏହାର ପ୍ରସ୍ତୁତିରେ ଲାଗିଥାଆନ୍ତି।
ଏହି ପର୍ବରେ ବିଶେଷ କରି ଖ୍ରୀଷ୍ଟିୟାନ ଲୋକେ ଖ୍ରୀଷ୍ଟମାସ ଟ୍ରି ସହ ନିଜ ଘରକୁ ମଧ୍ୟ ସୁନ୍ଦର ଭାବେ ସଜାଇଥାଆନ୍ତି। ଏହାଛଡ଼ା ଚର୍ଚ୍ଚ ଓ ବୃହତ୍ତ ସପିଂ ମଲ ଗୁଡ଼ିକୁ ମଧ୍ୟ ସୁନ୍ଦରଭାବେ ସଜାଯାଇଥାଏ। ଏହି ସାଜସଜ୍ଜା କରିବାର କିଛି ସହଜ ଉପାୟ ବିଷୟରେ ଆସନ୍ତୁ ଜାଣିବା ….

courtesy : sites .goole.com

ରଙ୍ଗବେରଙ୍ଗର ମହମବତୀ –
ବଜାରରେ ମଧ୍ୟ ଭିନ୍ନ ଭିନ୍ନ ତଥା ରଙ୍ଗବେରଙ୍ଗ ପ୍ରକାରର ମହମବତୀ ମିଳୁଛି। ଏହି ପର୍ବରେ ଘରକୁ ସଜାଇବା ପାଇଁ ଏହି ସମସ୍ତ ମହମବତୀର ବ୍ୟବହାର କରିପାରିବେ। ଏହା ଦ୍ୱାରା ଆଲୋକ ସହ ଚର୍ତୁପାଶ୍ୱର୍ ଖୁବ ସୁନ୍ଦର ଦେଖାଯିବ।

- Advertisement -
courtesy : Always Knitting and Sewing

ବିଭିନ୍ନ ରଙ୍ଗର ରେଶମୀ ଫିତା –
ସାଜସଜ୍ଜା ପାଇଁ ଭିନ୍ନଭିନ୍ନ ରଙ୍ଗର ରେଶମୀ ଫିତା ମଧ୍ୟ ବ୍ୟବହାର କରିପାରିବେ। ଖାସ କରି ଧଳା, ଲାଲ,ସବୁଜ ରଙ୍ଗର ରେଶମୀ ଫିତାକୁ ବିଭିନ୍ନ ଡ଼ିଜାଇନ କରି ମଧ୍ୟ ସଜାଇ ପାରିବେ।
ପିଲାମାନଙ୍କ ପାଇଁ ଖ୍ରୀଷ୍ଟମାସର ଅର୍ଥ ହେଉଛି, ଖ୍ରୀଷ୍ଟମାସ ଟ୍ରି ଓ ସାନ୍ତାକ୍ଲଜ। ତେଣୁ ପିଲାମାନଙ୍କ କକ୍ଷରେ ଖ୍ରୀଷ୍ଟମାସ ଟ୍ରିକୁ ସଜାଇ ରଖନ୍ତୁ। ଏହା ଛଡ଼ା କିଛି ଉପହାର ଓ ଚକୋଲେଟ ମଧ୍ୟ ସଜାଇ ରଖନ୍ତୁ।
ଗୃହରେ ଥିବା ଟେବୁଲ ଓ ଅନ୍ୟାନ୍ୟ ବସ୍ତୁକୁ ଫୁଲ ଓ ମହମବତୀରେ ସଜାନ୍ତୁ।
ଘରେ ଓ କାର୍ଯ୍ୟାଳୟ ମାନଙ୍କରେ ବଜାରରେ ସଜ୍ଜିତ ହୋଇ ମିଳୁଥିବା ସାନ୍ତାକ୍ଲଜକୁ ଆଣି ମଧ୍ୟ ସଜାଇ ପାରିବେ।
ନିଜ ଘରକୁ ବିଭିନ୍ନ ପ୍ରକାରର ଲାଇଟ ଲଗାଇ ମଧ୍ୟ ସୁନ୍ଦର ଭାବେ ସଜାଇ ପାରିବେ। ଏହା ଦ୍ୱାରା ଘର ସୁନ୍ଦର ଦେଖାଯିବା ସହ ଆଲୋକିତ ମଧ୍ୟ ଦେଖାଯିବ।
ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories