nua o banner

ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ଓ ଖିଣ୍ଡା

BSKY banner  750×100

ଭୁବନେଶ୍ବର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସ୍ବଦେଶ ଦର୍ଶନ ଯୋଜନାରେ ଦେବ୍ରୀଗଡ଼ ଓ ସମ୍ବଲପୁରର ଖିଣ୍ଡା ଗ୍ରାମକୁ ସାମିଲ କରାଯାଇଛି। ଉଭୟ ଆକର୍ଷଣୀୟ ସ୍ଥାନ ବୋଲି ମାନ୍ୟତା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ। ସ୍ବଦେଶ ଦର୍ଶନ ଯୋଜନାରେ ଦେବ୍ରୀଗଡ଼ ଓ ସମ୍ବଲପୁରର ଖିଣ୍ଡା ଗ୍ରାମକୁ ସ୍ବଦେଶ ଦର୍ଶନ ଯୋଜନା​‌େ​‌ାର ସାମିଲ କରିଥିବାରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇଟି ସ୍ଥାନ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

ବରଗଡ ଜିଲାର ଦେବ୍ରୀଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ସମ୍ବଲପୁର ଜିଲ୍ଲାର କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଇଙ୍କ ଜନ୍ମ ସ୍ଥାନ। କେନ୍ଦ୍ର ସରକାରଙ୍କ ସ୍ବଦେଶୀ ଦର୍ଶନ ଯୋଜନାରେ ଏହି ଦୁଇଟି ସ୍ଥାନକୁ ଅନ୍ତର୍ଭୁକ୍ତ କରାଯାଇଛି।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକା ବି ଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲା ଜିଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲା ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜି.ଜିକିଷାନ ରେଡ୍ଡୀଙ୍କୁ ପତ୍ର ଲେଖିବା ପରେ ଏହି ଦୁଇଟି ସ୍ଥାନକୁ ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି। ଓଡ଼ିଶାର ଦେବ୍ରୀଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେବି  ଆକର୍ଷଣୀୟ ସ୍ଥାନ ଭାବେ ସ୍ୱଦେଶ ଦର୍ଶନ ୨.୦ରେ ସାମିଲ କରାଯାଇଛି ବୋଲି ପର୍ୟ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବି ବଦ୍ଧ ପତ୍ର ପ୍ରକାଶ ପାଇଛି ।

Comments are closed.