www.samajalive.in
Monday, December 15, 2025
24.1 C
Bhubaneswar

ଏଣିକି ଏସସିବିରେ ରୋଗୀଙ୍କୁ ମିଳିବ ଅଣ୍ଡା ଓ ମାଛ ତରକାରୀ

କଟକ : କଟକ ବଡ଼ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାର ରୋଗୀଙ୍କ ପିଛା ନିର୍ଦ୍ଧାରିତ ଖାଦ୍ୟ ମୂଲ୍ୟ ବୃଦ୍ଧି କରିବାପରେ ଖାଦ୍ୟ ତାଲିକାରେ ଆମିଷ ଯୋଡ଼ି ହୋଇଛି। ସପ୍ତାହକୁ ୩ଦିନ ରୋଗୀଙ୍କୁ ଆମିଷ ଖାଦ୍ୟ ଦିଆଯିବ। ବୁଧବାର, ଶୁକ୍ରବାର ଏବଂ ରବିବାର ଆମିଷ ଖାଦ୍ୟ ମିଳିବ। ଆମିଷ ଖାଦ୍ୟ ଭାବେ ଅଣ୍ଡା ଏବଂ ମାଛ ତରକାରି ଥାଳିରେ ରହିବ। ମିଳିଥିବା ସୂଚନା ଅନୁଯାୟୀ ପ୍ରାତଃ ଭୋଜନରେ ରୋଗୀଙ୍କୁ ସୁଜି ଉପମା, ଘୁଘୁନି, ଇଡଲି, ସମ୍ବର, ଫଳ, ସିମେଇ ଧାର୍ଯ୍ୟ କରାଯାଇଛି। ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ଡାଲମା, ସୋୟାବିନ ତରକାରି, ଭଜା, ଛୋଲେ ପନିର ତରକାରି ଖାଇବେ। ବୁଧବାର ଅଣ୍ଡା ତରକାରି ଏବଂ ଶୁକ୍ରବାର ଓ ରବିବାର ମାଛ ତରକାରି ମିଳିବ। ରାତ୍ର ଭୋଜନରେ ଭାତ/ରୁଟି ସହ ବୁଟଡାଲି, ଆଳୁ ତରକାରି, ଭଜା, ସୋୟାବିନ ତରକାରି, ଡାଲି ଦିଆଯିବ। ଝାଡାବାନ୍ତି ରୋଗୀଙ୍କୁ ପ୍ରାତଃ ଭୋଜନରେ ସାଗୁ ଖିରି ଓ କଦଳୀ ଦିଆଯିବ। ମଧ୍ୟାହ୍ନରେ ସାଧାରଣ ଭାତ, ଡାଲି, ସିଝା ଆଳୁ ଓ ଦହି ରହିଛି। ରାତ୍ରିରେ ରୁଟି, କଦଳୀ ଓ ଡାଲମା ସାମିଲ କରାଯାଇଛି। ଏତଦବ୍ୟତୀତ କିଛି ରୋଗୀଙ୍କ ପାଇଁ ଶୁଖିଲା ଖାଦ୍ୟ ତାଲିକାରେ ରହିଛି। ୫୦୦ ମିଲି ଲିଟର କ୍ଷୀର ସହିତ ୪୦୦ଗ୍ରାମର ବ୍ରାଉନ ବ୍ରେଡ୍‌‌, ଗୋଟିଏ ପ୍ୟାକେଟ ବିସ୍କୁଟ, ଦୁଇଟି ସିଝା ଅଣ୍ଡା ଓ ଦୁଇଟି କଦଳୀ ରହିଛି। ବୃକ୍‌କ ରୋଗରେ ଆକ୍ରାନ୍ତଙ୍କ ପାଇଁ ଶୁଖିଲା ଖାଦ୍ୟରେ ଉପରୋକ୍ତ ସମସ୍ତ ସାମଗ୍ରୀ ସହିତ ହେଲଥ ଡ୍ରିଙ୍କ ପାଉଡର ସାମିଲ ହୋଇଛି। ଶିଶୁ ରୋଗ, ନେଫ୍ରୋଲୋଜି, କାର୍ଡ଼ିଓଲୋଜି, ସର୍ଜରୀ ବିଭାଗ ରୋଗୀଙ୍କ ନିମନ୍ତେ ଖାଦ୍ୟ ତାଲିକା ଭିନ୍ନ ରହିଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories