www.samajalive.in
Sunday, December 14, 2025
26.1 C
Bhubaneswar

ଏଣିକି ଏସସିବିରେ ରୋଗୀଙ୍କୁ ମିଳିବ ଅଣ୍ଡା ଓ ମାଛ ତରକାରୀ

କଟକ : କଟକ ବଡ଼ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାର ରୋଗୀଙ୍କ ପିଛା ନିର୍ଦ୍ଧାରିତ ଖାଦ୍ୟ ମୂଲ୍ୟ ବୃଦ୍ଧି କରିବାପରେ ଖାଦ୍ୟ ତାଲିକାରେ ଆମିଷ ଯୋଡ଼ି ହୋଇଛି। ସପ୍ତାହକୁ ୩ଦିନ ରୋଗୀଙ୍କୁ ଆମିଷ ଖାଦ୍ୟ ଦିଆଯିବ। ବୁଧବାର, ଶୁକ୍ରବାର ଏବଂ ରବିବାର ଆମିଷ ଖାଦ୍ୟ ମିଳିବ। ଆମିଷ ଖାଦ୍ୟ ଭାବେ ଅଣ୍ଡା ଏବଂ ମାଛ ତରକାରି ଥାଳିରେ ରହିବ। ମିଳିଥିବା ସୂଚନା ଅନୁଯାୟୀ ପ୍ରାତଃ ଭୋଜନରେ ରୋଗୀଙ୍କୁ ସୁଜି ଉପମା, ଘୁଘୁନି, ଇଡଲି, ସମ୍ବର, ଫଳ, ସିମେଇ ଧାର୍ଯ୍ୟ କରାଯାଇଛି। ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ଡାଲମା, ସୋୟାବିନ ତରକାରି, ଭଜା, ଛୋଲେ ପନିର ତରକାରି ଖାଇବେ। ବୁଧବାର ଅଣ୍ଡା ତରକାରି ଏବଂ ଶୁକ୍ରବାର ଓ ରବିବାର ମାଛ ତରକାରି ମିଳିବ। ରାତ୍ର ଭୋଜନରେ ଭାତ/ରୁଟି ସହ ବୁଟଡାଲି, ଆଳୁ ତରକାରି, ଭଜା, ସୋୟାବିନ ତରକାରି, ଡାଲି ଦିଆଯିବ। ଝାଡାବାନ୍ତି ରୋଗୀଙ୍କୁ ପ୍ରାତଃ ଭୋଜନରେ ସାଗୁ ଖିରି ଓ କଦଳୀ ଦିଆଯିବ। ମଧ୍ୟାହ୍ନରେ ସାଧାରଣ ଭାତ, ଡାଲି, ସିଝା ଆଳୁ ଓ ଦହି ରହିଛି। ରାତ୍ରିରେ ରୁଟି, କଦଳୀ ଓ ଡାଲମା ସାମିଲ କରାଯାଇଛି। ଏତଦବ୍ୟତୀତ କିଛି ରୋଗୀଙ୍କ ପାଇଁ ଶୁଖିଲା ଖାଦ୍ୟ ତାଲିକାରେ ରହିଛି। ୫୦୦ ମିଲି ଲିଟର କ୍ଷୀର ସହିତ ୪୦୦ଗ୍ରାମର ବ୍ରାଉନ ବ୍ରେଡ୍‌‌, ଗୋଟିଏ ପ୍ୟାକେଟ ବିସ୍କୁଟ, ଦୁଇଟି ସିଝା ଅଣ୍ଡା ଓ ଦୁଇଟି କଦଳୀ ରହିଛି। ବୃକ୍‌କ ରୋଗରେ ଆକ୍ରାନ୍ତଙ୍କ ପାଇଁ ଶୁଖିଲା ଖାଦ୍ୟରେ ଉପରୋକ୍ତ ସମସ୍ତ ସାମଗ୍ରୀ ସହିତ ହେଲଥ ଡ୍ରିଙ୍କ ପାଉଡର ସାମିଲ ହୋଇଛି। ଶିଶୁ ରୋଗ, ନେଫ୍ରୋଲୋଜି, କାର୍ଡ଼ିଓଲୋଜି, ସର୍ଜରୀ ବିଭାଗ ରୋଗୀଙ୍କ ନିମନ୍ତେ ଖାଦ୍ୟ ତାଲିକା ଭିନ୍ନ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories