www.samajalive.in
Sunday, December 14, 2025
19.1 C
Bhubaneswar

ଭୋଟ ଗ୍ରହଣ କେନ୍ଦ୍ରରେ ଅବ୍ୟବସ୍ଥା ପାଇଁ ସରକାରଙ୍କୁ ଦାୟୀ କଲେ ଭୋଟର

ବୁର୍ଲା: ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହୋଇ ନିଜର ମତ ସବସ୍ତ୍ୟ କରିବା ପାଇଁ ପ୍ରାୟ ସବୁ ମତଦାତାଙ୍କ ମନରେ ପ୍ରବଳ ଉତ୍ସାହ ରହିଥିଲା । ଭୋଟ ଗ୍ରହଣ ଦିନ ଅର୍ଥାତ୍ ୨୫ ତାରିଖ ଦିନ ଲମ୍ବା ଲାଇନ ବି ଦେଖାଯାଇଥିଲା । ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବୁର୍ଲା, ହୀରାକୁଦ ଓ ସମ୍ବଲପୁରରେ ସବୁ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା । କିନ୍ତୁ ଭୋଟ ଗ୍ରହଣ କେନ୍ଦ୍ରରେ ନାନା ଅବ୍ୟବସ୍ଥା ଓ ପ୍ରଚଣ୍ଡ ଖରା ଯୋଗୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ।ପଇଥିଲା। ଭୋଟର ଘଣ୍ଟା ଘଣ୍ଟା ଲାଇନ ଲଗାଇ ଭୋଟ ଦେଇଥିଲେ ଓ ଅକଥନୀୟ ଯନ୍ତ୍ରଣା ବି ସହ୍ୟ କରିଥିଲେ । ଏ ପ୍ରକାର ଅବ୍ୟବସ୍ଥା ପାଇଁ ନିର୍ବାଚନ ଅଧିକାରୀ ହିଁ ଦାୟୀ ଅସନ୍ତୁଷ୍ଟ ଭୋଟରମାନେ ମତ ଦେଇଛନ୍ତି ।

ବହୁ ଭୋଟରଙ୍କ ନା ତାଲିକାରେ ନ ଥିବାରୁ ଫେରି ଆସିଥିଲେ। ବୁଥଗୁଡ଼ିକରେ ପିଇବା ପାଣିର ବ୍ୟବସ୍ଥା ଠିକ ରୂପେ ନ ଥିଲା । ବହୁ କେନ୍ଦ୍ରରେ ପିଇବା ପାଣି ନ ଥିଲା। ବୁର୍ଲା ପ୍ରାଇମେରୀ ସ୍କୁଲ ଭୋଟ କେନ୍ଦ୍ରରେ ଲୋକେ ପିଇବା ପାଣି ପାଇଁ ଦାବିକରି ହୋହଲ୍ଲା କରିଥିଲେ । ଏହା ଜାଣିବା ପରେ କଂଗ୍ରେସ ପ୍ରାର୍ଥୀ ଦୁର୍ଗା ପାଢ଼ୀ ନିଜ ସମର୍ଥକଙ୍କ ସହ ପହଞ୍ଚି ପାଣି ବୋତଲ ବୁଥ ନମ୍ୱର ୧୪, ୧୦, ୧୩ରେ ଲମ୍ବା ଧଶଡ଼ିରେ ଥିବା ସବୁ ମତଦାତାଙ୍କୁ ଯୋଗାଇ ଦେଇଥିଲେ । ଅବ୍ୟବସ୍ଥା ପାଇଁ ସରକାର ଓ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀଙ୍କୁ ସେ ଦାୟୀ କରିଥଲେ । ସରକାରଙ୍କ ଅପାରଗତା ଓ ତ୍ରୁଟିପୂର୍ଣ୍ଣ କାମ ପାଇଁ ଅନେକ ନାଗରିକ ନିଜର ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହୋଇଥିବାରୁ ଏଥିପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଉଚିତ୍ କାର୍ୟ୍ୟାନୁଷ୍ଠାନ ପାଇଁ ପାଢ଼ିଙ୍କ ସମେତ ଆଇନଜୀବୀ ପ୍ରକାଶ ଶତପଥୀ, ଆଇନଜୀବୀ ଅରୁଣ କୁମାର, ଆଇନଜୀବୀ ଚନ୍ଦ୍ର ମହାନ୍ତି, ଆଇନଜୀବୀ ବିଜୁ ପ୍ରଧାନ, ଡ ସନ୍ତୋଷ କାନୁନଗୋ, ଦଶରଥ ଦାସ, ବିରଞ୍ଚି ମହାପାତ୍ର ପ୍ରମୁଖ ଦାବି କରିଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories