www.samajalive.in
Monday, November 17, 2025
17.1 C
Bhubaneswar

ଏସ୍‌‌ଏମ୍‌‌ଏସ୍‌‌ ଠକେଇରେ ସରକାରଙ୍କ ବଡ ଆକ୍ସନ: ବ୍ଲାକଲିଷ୍ଟରେ ୮କମ୍ପାନୀ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଏସ୍‌‌ଏମ୍‌‌ଏସ୍‌‌ ମାଧ୍ୟମରେ ଠକେଇ ମାମଲା ବଢିବାରେ ଲାଗିଛି। ଏହି ଠକେଇ ଉପରେ କଟକଣା ଲଗାଇବାକୁ ଆକ୍ସନ ମୋଡରେ ସରକାର। ଗତ ୩ମାସ ମଧ୍ୟରେ ୧୦ହଜାରରୁ ଅଧିକ ଠକେଇ ମାମଲା ପଛରେ ରହିଥିବା ୮ଟି ମୁଖ୍ୟ କମ୍ପାନୀ ଗୁଡିକୁ ବ୍ଲାକ ଲିଷ୍ଟ କରିଛନ୍ତି ସରକାର। ଏକ ସରକାରୀ ବିବୃତ୍ତି ଅନୁଯାୟୀ ଗୃହ ମନ୍ତ୍ରଣାଳୟର ସହଯୋଗରେ ଟେଲିକମ୍‌‌ ବିଭାଗ ୮ଟି କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ‘ସଞ୍ଚାର ସାଥି’ ପଦକ୍ଷେପ ମାଧ୍ୟମରେ ନାଗରିକମାନଙ୍କୁ ଯଥାସମ୍ଭବ ଏସଏମଏସ ଠକେଇରୁ ରକ୍ଷା କରିବା ପାଇଁ ଏହି ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି।
ନକଲି ଏସ୍‌‌ଏମ୍‌‌ଏସ୍‌‌ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର (I4C) ସାଇବର ଅପରାଧ ଘଟାଇବା ଉଦ୍ଦେଶ୍ୟରେ ଏସ୍‌‌ଏମ୍‌‌ଏସ୍‌‌ ପଠାଯାଉଥିବା କହିଛି। ଏସ୍‌‌ଏମ୍‌‌ଏସ୍‌‌ ପଠାଇବା ପାଇଁ ୮ଟି କମ୍ପାନୀର ହେଡର ଅପବ୍ୟବହାର କରାଯାଉଥିବା ସୂଚନା ଦେଇଛି। ଗତ ୩ମାସରେ ୧୦ହଜାରରୁ ଅଧିକ ଜାଲିଆତି ବାର୍ତ୍ତା ପଠାଯାଇଥିବା ଜଣାପଡିଛି। ଏହି ୮ଟି କମ୍ପାନୀର ଏସଏମଏସ ହେଡର ଥିବା ମୁଖ୍ୟ ସଂସ୍ଥା ଗୁଡିକୁ ବ୍ଲାକଲିଷ୍ଟ କରାଯାଇଛି। ସୂଚନା ଅନୁସାରେ ୮ଟି ମୁଖ୍ୟ କମ୍ପାନୀର ୭୩ଟି ଏସ୍‌‌ଏମ୍‌‌ଏସ୍‌‌ ହେଡର ଏବଂ ୧୫୨୨ଟି ଏସଏମଏସ ବିଷୟବସ୍ତୁ ଟେମ୍ପଲେଟ୍‌‌ ମଧ୍ୟ ବ୍ଲାକଲିଷ୍ଟ ହୋଇଛି। ବର୍ତ୍ତମାନ ଏସବୁ ସଂସ୍ଥା ମଧ୍ୟରୁ କେହି ବି ଏସ୍‌‌ଏମ୍‌‌ଏସ୍‌‌ ହେଡର ବା ଟେମ୍ପଲେଟ୍‌‌ ପଠାଇବା ପାଇଁ ବ୍ୟବହାର କରିପାରିବେ ନାହିଁ।
ଟେଲି ଯୋଗାଯୋଗ ବିଭାଗ ଏହି ସଂସ୍ଥାଗୁଡିକୁ କଳା ତାଲିକାଭୁକ୍ତ କରି ନାଗରିକଙ୍କ ଉପରେ ହେଉଥିବା ନିର୍ଯାତନାରୁ ରୋକିଛି। ସାଇବର ଅପରାଧରୁ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି। ଏହାସହିତ ଟେଲି ମାର୍କେଟିଂ କାର୍ଯ୍ୟକଳାପ ପାଇଁ ମୋବାଇଲ୍‌‌ ନମ୍ବର ବ୍ୟବହାର କରିବାକୁ ଅନୁମତି ନାହିଁ ବୋଲି ବିଭାଗ ଚେତାବନୀ ଦେଇଛି। ଯଦି କୌଣସି ଗ୍ରାହକଙ୍କୁ ପ୍ରୋତ୍ସାହନମୂଳକ ବାର୍ତ୍ତା ପଠାଇବା ପାଇଁ ଟେଲିଫୋନ ସଂଯୋଗକୁ ବ୍ୟବହାର କରନ୍ତି ତେବେ ପ୍ରଥମ ଅଭିଯୋଗରେ ତାଙ୍କର ସଂଯୋଗ ବିଚ୍ଛିନ୍ନ କରାଯିବ ଏବଂ ତାଙ୍କ ନାମ ଏବଂ ଠିକଣା ୨ବର୍ଷ ପାଇଁ କଳା ତାଲିକାଭୁକ୍ତ ହୋଇପାରେ।

Hot this week

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

Related Articles

Popular Categories