www.samajalive.in
Saturday, December 6, 2025
15.1 C
Bhubaneswar

ଜି ହିନ୍ଦୀ ଚାନେଲକୁ ନିଷିଦ୍ଧ କଲେ ପଞ୍ଜାବ ସରକାର

ଚଣ୍ଡିଗଡ,୨୮ା୫: ଭଗୱନ୍ତ ମାନ୍‌ଙ୍କ ନେତୃତ୍ବାଧୀନ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଜି ହିନ୍ଦୀ ନ୍ୟୁଜ୍ ଚାନେଲକୁ ରାଜ୍ୟରେ ନିଷିଦ୍ଧ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପଞ୍ଜାବରେ ଜି ନ୍ୟୁଜ୍‌ ଚାନେଲକୁ ପ୍ରସାରଣ କରାଯାଇପାରିବ ନାହିଁ। ଏହା ସହିତ ଏହି ନ୍ୟୁଜ୍ ଚାନେଲକୁ ରାଜ୍ୟ ସରକାରଙ୍କ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କିମ୍ବା ଅନୁମତି ଦିଆଯିବ ନାହିଁ। ନ୍ୟୁଜ୍ ଚାନେଲକୁ କୌଣସି ପ୍ରକାର ନୋଟିସ ନ ଦେଇ ସରକାର ଏପରି ନିଷ୍ପତ୍ତି ନେଇଥିବାରୁ ଏହାକୁ ଏକଛତ୍ରବାଦ ବୋଲି ଦର୍ଶାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ପଞ୍ଜାବର ଦର୍ଶକମାନେ ଜି ନ୍ୟୁଜ୍ ଚାନେଲ ଦେଖିବାରୁ ବଞ୍ଚିତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories