ଏବେ ଗାଈ ମଧ୍ୟ ସରୋଗେସୀରେ ମା’ ହେବେ !

0

ପ୍ରକୃତରେ ଯୁଗ ନୁହେଁ, ଲୋକଙ୍କ ଚିନ୍ତାଧାରା ବଦଳୁଛି। ଆଗାମୀ କିଛି ବର୍ଷ ମଧ୍ୟରେ ପରିସ୍ଥିତ ଏଭଳି ହେବ ଯେ ପୃଥିବୀରେ ‘ଅଦରକାରୀ’ ଏକ ଲୁପ୍ତ ପ୍ରାୟ ଶବ୍ଦ ହେବା ନିଶ୍ଚିତ ଅଟେ। ମିଳିଥିବା ତଥ୍ୟ ଅନୁସାରେ ହରିୟାଣାର ଗାଈ ଏବେ ଆମେରିକୀୟ ଜ୍ଞାନକୌଶଳରେ ସରୋଗେସୀ ମା’ ହେବେ। ହରିୟାଣାର ବିଭିନ୍ନ ବ୍ଲକ୍‌‌ରୁ ୪୦୦ ପ୍ରଜାତିର ଷଣ୍ଢଙ୍କ ଶୁକ୍ରାଣୁ ମନୋନୀତ ହୋଇଛି। ହରିୟାଣା ଗାଇଗୁଡ଼ିକ ଉତ୍ତମ ସ୍ବାସ୍ଥ୍ୟ ଥିବା ସତ୍ତ୍ବେ ଖିର କମ୍ ଦେଉଛନ୍ତି। ଏଣୁ ୨୫-୩୦ଲିଟର ଖିର ଦେଉଥିବା ଗାଈଙ୍କ ଠାରେ ଉତ୍ତମ ପ୍ରଜାତିର ଶୁକ୍ରାଣୁ ସହାୟତାରେ ଦୁଧିଆଳୀ ଗାଈଙ୍କୁ ସରୋଗେଟ୍ ମା’ କରାଯିବାର ନିଷ୍ପତ୍ତି ନିଆଯାଇଛି। ଆମେରିକୀୟ ବିଶେଷଜ୍ଞ ଦଳ ଆସନ୍ତା ସପ୍ତାହରୁ ଏ କ୍ଷେତ୍ରରେ କାମ ଆରମ୍ଭ କରିବେ।

Leave A Reply