www.samajalive.in
Sunday, December 7, 2025
14.1 C
Bhubaneswar

କ୍ଷମତାକୁ ଆସିଲେ କଂଗ୍ରେସ ଦେଶବ୍ୟାପୀ କୃଷିଋଣ ଛାଡ କରିବ: ରାହୁଲ

ଜୟପୁର : ତିନିରାଜ୍ୟରେ କ୍ଷମତାକୁ ଆସିବା ପରେ କୃଷିଋଣ ଛାଡ କରିଥିବା କଂଗ୍ରେସ ଏବେ ଦେଶବ୍ୟାପୀ ଏହି ବ୍ୟବସ୍ଥା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି। କଂଗ୍ରେସ ଯଦି ଆଗାମୀ ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ସରକାର ଗଠନ କରେ ତା’ହେଲେ ଦେଶବ୍ୟାପୀ ପ୍ରତି ରାଜ୍ୟରେ କୃଷିଋଣ ଛାଡ କରିବ ବୋଲି ଦଳୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ଡିସେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଜିତିବା ପରେ ପ୍ରଥମଥର ଲାଗି ରାହୁଲ ରାଜସ୍ଥାନର ଜୟପୁରଠାରେ ଏକ ରାଲିକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, କୃଷି ସମସ୍ୟାରେ ଅତିଷ୍ଠ କୃଷକମାନେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କ ଶକ୍ତି ଦେଖାଇଦେଇଛନ୍ତି। ଯଦ୍ଦ୍ବାରା ହିନ୍ଦି ଭାଷାଭାଷୀ ରାଜ୍ୟରେ ବିଜେପି କ୍ଷମତା ହରାଇଛି। ସମସ୍ତ ରାଜ୍ୟରେ କୃଷକଙ୍କ ସମସ୍ୟାର ସମାଧାନ ଲାଗି ଏକ ସବୁଜ ବିପ୍ଲବ(ହରିତ କ୍ରାନ୍ତି)ର ଆବଶ୍ୟକତା ରହିଛି। ଏ ଦିଗରେ କୃଷିଋଣଛାଡ ଏକ କ୍ଷୁଦ୍ର ପଦକ୍ଷେପ ବୋଲି ସେ ଦର୍ଶାଇଛନ୍ତି। ରାଫେଲ ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ଏହା ଉପରେ ଆଲୋଚନା ହେଲେ ପ୍ରଧାନମନ୍ତ୍ରୀ ଏକ ମିନିଟ ମଧ୍ୟ ଛିଡା ହୋଇ ରହିପାରିବେ ନାହିଁ। ଏହି ମାମଲାର ତଦନ୍ତ ଲାଗି ଜେପିସି ଗଠନ କରିବାକୁ ଦାବି ହୋଇଛି। ଅନ୍ୟପଟେ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ନୀର୍ମଳା ସୀତାରମଣ ମଧ୍ୟ ତାଙ୍କ ପ୍ରଶ୍ନର ଉତ୍ତର ଦୋପରି ନ ଥିବା ରାହୁଲ କହିଛନ୍ତି। ଉଲ୍ଲେଖ ଯେ ନିକଟରେ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଚତିଶଗଡ଼ରେ ବିଧାନସଭା ନିର୍ବାଚନ ଜିତି କ୍ଷମତାକୁ ଆସିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories