ପୂର୍ବତନ ବିଧାୟକ ଡମ୍ବରୁଧର ଉଲ୍ଲାକାଙ୍କ ବିୟୋଗରେ ଶୋକସଭା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟକ ଡମ୍ବରୁଧର ଉଲ୍ଲାକାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଦଳର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଡମ୍ବରୁଧର ଉଲ୍ଲକାଙ୍କ ବିୟୋଗରେ  ଆଜି ବ୍ଲକ କଂଗ୍ରେସ ସଭାପତି ସିହେଚ ନାଗେଶ୍ୱର ରାଓ ଅଧ୍ୟକ୍ଷତାରେ ଗୁଡୁଲ୍ଲା ପ୍ରସାଦ ରାଓ ,କୁମାର ସ୍ୱାମୀ କୌଶଲ୍ୟା,ପ୍ରଶାନ୍ତ କୌଶଲ୍ୟା  ସମେତ ଦଳୀୟ କର୍ମୀ ମାନେ ଉପସ୍ଥିତ ରହି ସ୍ବର୍ଗତ ଉଲ୍ଲକା ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦୁଇମିନିଟ ନୀରବ ପ୍ରାର୍ଥନା କରିଥିଲେ। ବିଷମକଟକ ନିର୍ବାଚନ ପାଇଁ ତାଙ୍କର ଅବଦାନ ଅବତାରଣା ସହ ସ୍ମୃତି ଚରଣ କରିଥିଲେ।
prayash
ସ୍ୱର୍ଗତ  ଡମ୍ବରୁଧର ଉଲ୍ଲକା ୧୯୭୨ ମସିହାରେ କଂଗ୍ରେସ ଦଳରେ ଯୋଗଦେଇ ଥିଲେ । ଡମ୍ବରୁଧର ଉଲ୍ଲକା ୧୯୭୪ ମସିହାରେ ପ୍ରଥମ ଥର କଂଗ୍ରେସରୁ ରାୟଗଡ଼ା ଜିଲା ବିଷମକଟକରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ  ୧୯୭୭, ୧୯୮୦, ୧୯୮୫ , ୧୯୯୫,୨୦୦୪  ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୫ମସିହାରେ ସେ ଅବକାରୀ, ସହର ଉନ୍ନତିକରଣ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ହୋଇଥିଲେ। ସ୍ୱର୍ଗତ ଡମ୍ବରୁଧର ଉଲାକାଙ୍କ ଜନ୍ମ ସ୍ଥାନ ହେଉଛି କଲ୍ୟାଣସିଂହପୁରର କୋଣ୍ଡାସାହିରେ ।

Comments are closed.